Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:4 - ପବିତ୍ର ବାଇବଲ (CL) NT (BSI)

4 କୁମେ ଶେଷ ପର୍ଯ୍ୟନ୍ତ ସହିଷ୍ଠ ହୋଇ ରହିଲେ, କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓଔ ସମ୍ପୁର୍ଣ୍ଣ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।

Gade chapit la Kopi

ପବିତ୍ର ବାଇବଲ

4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।

Gade chapit la Kopi




ଯାକୁବଙ୍କ ପତ୍ର 1:4
26 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ଧୈର୍ଯ୍ୟ ଧରି ଏ ସବୁର ସମ୍ମୁଖୀନ ହୁଅ, ତାହାହେଲେ ତୁମ ଆତ୍ମାର ସୁରକ୍ଷା କରି ପାରିବ।”


ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।


ଏହି ଧର୍ମଶାସ୍ତ୍ର ସାହାଯ୍ୟରେ ଈଶ୍ୱରଙ୍କ ସେବକ ସବୁ ପ୍ରକାର ସତ୍କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଶକ୍ତି ଓ ଯୋଗ୍ୟତା ଲାଭ କରିପାରିବ।


ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା।


ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ। ଯଦି କେହି ତା’କଥାବାର୍ତ୍ତାରେ କଦାପି ଭୁଲି କରେ ନାହିଁ, ତେବେ ସେ ସିଦ୍ଧ ଏବଂ ନିଜକୁ ସମ୍ପୁର୍ଣ୍ଣ ସଂଯୁତ କରିପାରିଛି।


କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତାହାହେଲେ ଈଶ୍ୱର ତାହାକୁ ଜ୍ଞାନ ଦେବେ, କାରଣ ସେ ଅକୁଣ୍ଠିତ ଜିତ୍ତରେ ଓ ଉଦାରଭାବେ ସମସ୍ତଙ୍କୁ ଦାନ କରନ୍ତି।


ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।


ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।


କିନ୍ତୁ ଏହିସବୁ ଗୁଣ ଯାହାଠାରେ ନାହିଁ, ସେ ଅନ୍ଧ ଓ ଅଦୂରଦର୍ଶୀ; ତାହାର ପୂର୍ବକୃତ ସମସ୍ତ ପାପରୁ ପରିଷ୍କୃତ ହୋଇଛି ବୋଲି ସେ ଭୁଲି ଯାଇଛି।


ତୁମେ ଯେପରି ମୋ’ଠାରେ, ମୁଁ ସେହିପରି ସେମାନଙ୍କଠାରେ ରହିବି। ତା’ହେଲେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ ଏବଂ ଜଗତ ଜାଣିବ ଯେ ତୁମେ ମୋତେ ପଠାଇଛ ଓ ମୋତେ ଯେପରି ପ୍ରେମ କରୁଛ, ସେମାନଙ୍କୁ ମଧ୍ୟ ସେପରି ପ୍ରେମ କରୁଛ।


ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”


ଯୀଶୁ ତା’ ଆଡ଼କୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, “ଗୋଟିଏ ବିଷୟ କେବଳ ତୁମର ଅଭାବ ରହିଛି। ଯାଅ, ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେହି ଧନ, ଗରିବମାନଙ୍କୁ ଦାନ କର, ତା’ହେଲେ ତୁମେ ସ୍ୱର୍ଗରେ ଧନ ପାଇବ। ଏହାପରେ ଆସି ମୋର ଅନୁଗମନ କର।”


ଯୁବକ ଉତ୍ତର ଦେଲା, “ଏସବୁ ଆଜ୍ଞା ମୁଁ ପାଳନ କରିଛି। ମୋର ଆଉ କ’ଣ କରିବା ଦରକାର?”


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


Swiv nou:

Piblisite


Piblisite