Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:25 - ପବିତ୍ର ବାଇବଲ (CL) NT (BSI)

25 କିନନ୍ତୁ ମନୁଷ୍ୟର ପରିତ୍ରାଣ ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଅଛି। ଯେ ତାହା ଶୁଣି ଭୁଲିଯାଏ ନାହିଁ ଓ ତା’ ପ୍ରତି ସର୍ବାନ୍ତଃକରଣରେ ମନୋଯୋଗୀ ହୋଇ ନିଜ ଜୀବନେ ପାଳନ କରେ, ତା’ର ସକଳ କାର୍ଯ୍ୟକୁ ଈଶ୍ୱର ଆଶୀର୍ବାଦ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍, ସ୍ଵାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।

Gade chapit la Kopi

ଓଡିଆ ବାଇବେଲ

25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।

Gade chapit la Kopi

ପବିତ୍ର ବାଇବଲ

25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।

Gade chapit la Kopi




ଯାକୁବଙ୍କ ପତ୍ର 1:25
41 Referans Kwoze  

କିନ୍ତୁ ଯୀଶୁ ଉତ୍ତର ଦେଲେ, “ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ତାହା ପାଳନ କରନ୍ତି, ସେମାନେ କେଡ଼େ ଧନ୍ୟ।”


ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।


ସ୍ୱାଧୀନ ଲୋକଙ୍କ ପରି ଜୀବନ ଯାପନ କର। କିନ୍ତୁ ସ୍ୱାଧୀନତାର ଅପବ୍ୟବହାର କରି ଗର୍ହିତ କର୍ମ କର ନାହିଁ। ବରଂ ଈଶ୍ୱରଙ୍କ କ୍ରୀତଦାସ ରୂପେ ଜୀବନ ଯାପନ କର।


ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।


ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ତାହାହେଲେ, ତୁମେ ନିଜେ ପରିତ୍ରାଣ ପାଇବ ଓ ଅନ୍ୟମାନଙ୍କ ପରିତ୍ରାଣ ପ୍ରାପ୍ତିର ସହାୟକ ହେବ।


ତୁମେ ବିଶ୍ୱାସରେ ଦୃଢ଼ ଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ। ତୁମ ଅନ୍ତରରେ ଖ୍ରୀଷ୍ଟ ବାସ କରୁଛନ୍ତି, ଏ କଥା କ’ଣ ଜାଣ ନାହିଁ-ନା, ଏଥିରେ ତୁମ୍ଭେମାନେ ଏକାବେଳକେ ବିଫଳ ହୋଇଛ?


ଏଠାରେ ଲକ୍ଷ୍ୟ କରିବା କଥା, ଈଶ୍ୱର କିପରି ଦୟାଳୁ ଓ କଠୋର ମଧ୍ୟ। ଯେଉଁମାନଙ୍କ ପଦ ସ୍ଖଳନ ହୋଇଛି, ସେମାନଙ୍କ ପ୍ରତି ସେ କଠୋର; କିନ୍ତୁ ତୁମ୍ଭମାନଢ଼ଙ୍କ ପ୍ରତି ସେ ସଦୟ- ଯେତେ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ତାଙ୍କ ଦୟାର ପାତ୍ର ହୋଇ ରହିଥିବ। ତାଙ୍କ ଦୟା ହରାଇଲେ, ତୁମେମାନେ ମଧ୍ୟ ବିଚ୍ଛିନ୍ନ ହେବ।


କାରଣ ଈଶ୍ୱରପ୍ରଦତ୍ତ ସେହି ଆତ୍ମା ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି, ତୁମେ ଆଉ ଭୟ କରିବାର କାରଣ ନାହିଁ। ବରଂ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ସୁଯୋଗ ଦେଇଛନ୍ତି। ତାଙ୍କ ଶକ୍ତି ଅନୁଭବ କରି ଆମେ ଏବେ ଈଶ୍ୱରଙ୍କୁ “ପିତା” ବୋଲି ସମ୍ବୋଧନ କରୁଛୁ।


ଅବଶ୍ୟ କେତେକ ବ୍ୟକ୍ତି ତାଙ୍କୁ ସୁନ୍ନତ କରାଇବାକୁ ଚାହୁଁଥିଲେ। ସେମାନେ ବିଶ୍ୱାସୀ ଭାଇ ବୋଲି ଛଳନା କରି ଗୁପ୍ତଚର ରୂପେ ଦଳରେ ଯୋଗ ଦେଇଥିଲେ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛୁ, ତାହାର ସନ୍ଧାନ ନେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଆମ୍ଭମାନଙ୍କୁ ପୁନର୍ବାର ବ୍ୟବସ୍ଥାର ଦାସ କରିବାକୁ ସେମାନେ ଚାହୁଁଥିଲେ।


ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତି ଦିଅନ୍ତି, ତୁମେ ପ୍ରକୃତରେ ମୁକ୍ତ ହେବ।


ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”


କିନ୍ତୁ ବିଶ୍ୱାସ, ବାତ୍ସଲ୍ୟ, ପବିତ୍ରତା ଓ ବିନୟରେ ଅବିଚଳିତ ରହି ନାରୀ ଜନନୀ ହେବାର ସୌଭାଗ୍ୟ ପାଇବା ଦ୍ୱାରା ପରିତ୍ରାଣ ଲାଭ କରିପାରିବା।


ବ୍ୟବସ୍ଥା ପବିତ୍ର; ତାହାର ଆଜ୍ଞା ସବୁ ପବିତ୍ର, ଯଥାର୍ଥ ଓ ମଙ୍ଗଳଜନକ।


କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି ଓ ସେଥିପାଇଁ ମୁଁ ଆଜି ସାନ ବଡ଼ ସମସ୍ତଙ୍କ ନିକଟରେ ସମାନଭାବେ ମୋର ସାକ୍ଷ୍ୟ ଦେବା ପାଇଁ ଛିଡ଼ା ହୋଇଛି। ଭାବବାଦୀମାନେ ଓ ମୋଶା, ଯାହା ଘଟିବ ବୋଲି କହିଥିଲେ, ମୁଁ ଠିକ୍ ସେହି କଥା କହୁଛି:


ଲୋକମାନେ ସଭା ଛାଡ଼ି ଚାଲିଯିବା ପରେ ଅନେକ ଇହୁଦୀ ଓ ଇହୁଦୀ ମତାବଲମ୍ବୀ ଅଣଇହୁଦୀମାନେ ଶାଉଲ ଓ ବର୍ଣ୍ଣବାଙ୍କ ଅନୁଗମନ କଲେ, ଶିଷ୍ୟମାନେ ସେମାନଙ୍କ ସହିତ ଆଳାପ କରି ଈଶ୍ୱରଙ୍କ ଅନୁଗ୍ରହରେ ଜୀବନ କାଟିବାକୁ ସେମାନଙ୍କୁ ଉତ୍ସାହ ଦେଲେ।


ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।


ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।


ଅତଏବ, ଆଦୃରୁ ଯେଉଁ ବାର୍ତ୍ତା ଶୁଣି ଆସିଛ, ସେଥିପ୍ରତି ବିଶ୍ୱସ୍ତ ହୋଇ ରୁହ। ଆଦ୍ୟରୁ ଯାହା ଶୁଣିଛ, ତାକୁ ଯଦି ଅକ୍ଷୁଣ୍ଣ ରଖି ପାରିବ, ତାହାହେଲେ, ତୁମ୍ଭେମାନେ ପିତା ଈଶ୍ୱର ଓ ତାଙ୍କ ପୁତ୍ରଙ୍କ ସହିତ ଚିରକାଳ ସଂଯୁକ୍ତ ହୋଇ ରହିବ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।


Swiv nou:

Piblisite


Piblisite