Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:19 - ପବିତ୍ର ବାଇବଲ (CL) NT (BSI)

19 ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ,

Gade chapit la Kopi

ଓଡିଆ ବାଇବେଲ

19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ । ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,

Gade chapit la Kopi

ପବିତ୍ର ବାଇବଲ

19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ।

Gade chapit la Kopi




ଯାକୁବଙ୍କ ପତ୍ର 1:19
54 Referans Kwoze  

ତୁମେ କ୍ରୋଧାନ୍ୱିତ ହୋଇ ପାପ କର ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ତୁମର କ୍ରୋଧ ଶାନ୍ତ ହେଉ।


କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ କ୍ରୋଧ, ହିଂସା, ଘୃଣାଭାବ ପ୍ରଭୃତି ବର୍ଜନ କରିବାକୁ ହେବ। ତୁମେ ଅପବାଦସୂଚକ କଥା ବା ଅଶ୍ଳୀଳ ଭାଷା ଆଦୌ କୁହ ନାହିଁ।


ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ।


ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।


କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।


କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।


କିନ୍ତୁ ସେମାନେ ତାହା କରିବା ପାଇଁ କୌଣସି ଅବକାଶ ପାଇଲେ ନାହିଁ, କାରଣ ଲୋକମାନେ ତାଙ୍କ ଶିକ୍ଷାର ପ୍ରତ୍ୟେକ ଶବ୍ଦକୁ ମନ ଦେଇ ଶୁଣୁଥିଲେ।


ସେଠାରେ ଏତେ ଲୋକ ଆସି ଜମା ହେଲେ ଯେ ଦ୍ୱାର ନିକଟରେ ସୁଦ୍ଧା ଟିକିଏ ହେଲେ ସ୍ଥାନ ରହିଲା ନାହିଁ।


ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”


ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।


ଦିନେ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଆସିଲେ।


ସତ୍ୟ ଜାଣି ନ ଥିବାରୁ ଯେ ତୁମ୍ଭମାନଙ୍କୁ ଏପତ୍ର ଲେଖୁଛି- ସତ୍ୟରୁ କୌଣସି ମିଥ୍ୟାର ଉତ୍ପତ୍ତି ହୋଇପାରେ ନାହିଁ ବୋଲି ଜାଣିଛ।


ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।


“ଏଥିରୁ ଜଣାଯାଉଛି ଯେ, ମସୀହଙ୍କୁ ଦାଉଦ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି। ତା’ହେଲେ ମସୀହ ଦାଉଦଙ୍କ ବଂଶଧର ହେବେ କିପରି?”


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ଭାଇମାନେ, ଜୀବନ ଯାତ୍ରାରେ ନାନଦି ଦୁଃଖକଷ୍ଟ ଆସିଲେ, ତାହା ସୌଭାଗ୍ୟର ବିଷୟ ବୋଲି କନେକର।


ପ୍ରିୟ ଭାିମାନେ, ପ୍ରତାରିତ ହୁଅ ନାହିଁ।


ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ବିଶ୍ୱାସୀ ରୂପେ ତୁମ୍ଭେମାନେ ଲୋକମାନଙ୍କର ବାହ୍ୟ ବେଶଭୂଷା ଦେଖି ପକ୍ଷପାତିତା କର ନାହିଁ।


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ସେହି ଗୋଟିଏ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିସୃତ ହୁଏ। ଭାିମାନେ, ଏପରି ବୋ ଅନୁଚିତ।


ଭାଇମାନେ, ପରସ୍ପରକୁ ସମାଲୋଚନା କର ନାହିଁ। ବିଶ୍ୱାସୀ ଭାଇର ବିଚାର କର ଯିଏ ତାହାର ଗ୍ଳାନ କରେ, ସେ ବ୍ୟବସ୍ଥା ବିଚାର କର, ତେବେ ତୁମ୍ଭେମାନେ ତାହା ପାଳନ କରୁନାହିଁ, ବରଂ ତାହାର ବଚାରକ ହେଉଛ।


ହେ ଭାଇମାନେ, ପ୍ରତିଜ୍ଞା କଲାବେଳେ ଗଣ ନିୟମ ପାକାଅ ନାହିଁ। ସ୍ୱର୍ଗ କି ମର୍ତ୍ତ୍ୟ କି ଅନ୍ୟ କୌଣସି ବିଷୟ ଦେଇ ଗଣ ପକାଅ ନାହିଁ। ତୁମ “ହିଁ”ର ଅର୍ଥ “ହଁ” ହେଉ, “ନାହିଁ”ର ଅର୍ଥ “ନାହିଁ” ହେଉ। ତାହାହେଲେ, ତୁମେ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ ନାହିଁ।


ଭାଇମାନେ ମଧ୍ୟରୁ କେହି ଯଦି ପଥଭ୍ରଷ୍ଟ ହୁଏ ଏବଂ ଅନ୍ୟ ଜଣେ ତାହାକୁ ସତ୍ପଥକୁ ଫେରାଇ ଆଣେ, ତେବେ ମନେରଖ, ଯେ ବିପଥରୁ ପାପୀକୁ ଫେରାଇ ଆମେ, ସେ ସେହି ପାପୀର ଆତ୍ମାକୁ ମୃତ୍ୟୁର ରକ୍ଷା କରିବ ଓ ତା’ ନିଜର ବହୁ ପାପ କ୍ଷମା ହେବ।


Swiv nou:

Piblisite


Piblisite