Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:18 - ପବିତ୍ର ବାଇବଲ (CL) NT (BSI)

18 ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମଫଳ ସ୍ଵରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ଵାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।

Gade chapit la Kopi

ଓଡିଆ ବାଇବେଲ

18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥି ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।

Gade chapit la Kopi

ପବିତ୍ର ବାଇବଲ

18 ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

Gade chapit la Kopi




ଯାକୁବଙ୍କ ପତ୍ର 1:18
24 Referans Kwoze  

କାରଣ ଈଶ୍ୱରଙ୍କ ଜୀବନ୍ତ ଓ ଚିରନ୍ତନ ବାକ୍ୟ ଦ୍ୱାରା ତୁମ୍ଭମାନେ କୌଣସି ମରଣଶୀଳ ପିତାଙ୍କ ସନ୍ତାନ ରୂପେ ନୁହେଁ, ମାତ୍ର ଅମର ପିତାଙ୍କ ସନ୍ତାନ ରୂପେ ପୁନର୍ଜନ୍ମ ଲାଭ କରିଛ।


ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।


ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।


ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।


ଆସ, ଯେଉଁମାନେ ସର୍ବପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଥିଲୁ, ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।


ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।


ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ଖ୍ରୀଷ୍ଟୀୟ ଜୀବନରେ ତୁମର ଅନେକ ଧର୍ମଗୁରୁ ଥାଉ ପାରନ୍ତି। କିନ୍ତୁ ତୁମର ପିତା ଏକ। ତୁମ ନିକଟରେ ସୁସମାଚାର ପ୍ରଚାର କରିବା ଦ୍ୱାରା ଖ୍ରୀଷ୍ଟୀୟ ଜୀବନରେ ମୁଁ ତୁମର ପିତା ସ୍ୱରୂପ ହୋଇଛି।


ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।


ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।


ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।


ତୁମେ ଲଜ୍ଜାବୋଧ ନ କରି ଯଥାଶକ୍ତି ନିର୍ଭୁଲ ଭାବରେ ଈଶ୍ୱରଙ୍କ ସତ୍ୟବାର୍ତ୍ତା ପରିବେଷଣ କର; ତାହାହେଲେ, ଜଣେ ବିଶ୍ୱସ୍ତ କର୍ମୀ ରୂପେ ତୁମେ ଈଶ୍ୱରଙ୍କ ପୂର୍ଣ୍ଣ ସମର୍ଥନ ଲାଭ କରିବ।


କୁଅଭିଳାଷର ଗର୍ଭରୁ ପାପ ଜାତ ହୁଏ ଏବଂ ସେହି ପାପ ବୃଦ୍ଧି ପାଇ ପୂର୍ଣ୍ଣତା ଲାଭ କଲେ, ମୃତ୍ୟୁ ଘଟାଏ।


କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।


Swiv nou:

Piblisite


Piblisite