Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:11 - ପବିତ୍ର ବାଇବଲ (CL) NT (BSI)

11 ସୁର୍ଯ୍ୟର ପ୍ରଖର ତାପରେ ଘାସ ଶୁଖିଯାଏ, ତା’ର ଫୂଲ ଝଡ଼ି ପଡ଼େ ଓ ସୌଦର୍ଯ୍ୟ ନଷଟ ହୁଏ। ସେହିପରି, ଧନୀ ମଧ୍ୟ ତା’ର ସକଳ କାର୍ଯ୍ୟବ୍ୟସ୍ତତା ଭିତରେ ଦିନେ ଝାଉଁଳି ପଡ଼ିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।

Gade chapit la Kopi

ଓଡିଆ ବାଇବେଲ

11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।

Gade chapit la Kopi

ପବିତ୍ର ବାଇବଲ

11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।

Gade chapit la Kopi




ଯାକୁବଙ୍କ ପତ୍ର 1:11
27 Referans Kwoze  

ପରେ ସୂର୍ଯ୍ୟର ପ୍ରଚଣ୍ଡ ତାପରେ ସେହି ଚାରା ଗଛ ସବୁ ଶୁଖିଗଲା।


କିନ୍ତୁ ତା’ର ମୂଳ ଗଭୀରକୁ ଯାଇ ନ ଥିବାରୁ ସୂର୍ଯ୍ୟ କିରଣରେ ତାହା ଶୁଖିଭଲା।


ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।


ତେଣୁ ଈଶ୍ୱର ତାଙ୍କ ଲୋକମାନଙ୍କ ନିମନ୍ତେ ଯେଉଁ ବହୁମୂଲ୍ୟ ଆଶୀର୍ବାଦ ରଖିଛନ୍ତି, ତାହା ପାଇବା ପାଇଁ ଆମ୍ଭେମାନେ ପ୍ରତୀକ୍ଷାରେ ଅଛୁ। ତାହା ସେ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ଗଚ୍ଛିତ କରି ରଖିଛନ୍ତି। ସେଠାରେ ତାହା କ୍ଷୟ ପାଏ ନାହିଁ, ନଷ୍ଟ ବା ମ୍ଳାନ ହୁଏ ନାହିଁ।


ଯେଉଁମାନେ ସାଂସାରିକ ବିଷୟରେ ଲିପ୍ତ, ସେମାନେ ଏଥିରେ ନିର୍ଲିପ୍ତ ହେଲା ପରି ରହନ୍ତୁ, କାରଣ ଏହି ଜଗତର ସାମ୍ପ୍ରତିକ ପରିସ୍ଥିତି ଆଉ ବେଶୀ ଦିନ ତିଷ୍ଠିବ ନାହିଁ।


ଆଜି ପଡ଼ିଆରେ ଥିବା ଘାସ ହଏତ କାଲିକୁ ନ ଥିବ - କଟାହୋଇ ନିଆଁରେ ଜଳିଯିବ। କିନ୍ତୁ ସେଗୁଡ଼ିକୁ ମଧ୍ୟ ଈଶ୍ୱର କେତେ ସୁନ୍ଦର ପୋଷାକରେ ସଜାଇଛନ୍ତି। ତୁମକୁ ଲୁଗାପଟା ଯୋଗାଇ ଦେବା ପାଇଁ ସେ କ’ଣ ଅଧିକ ମନୋଯୋଗୀ ହେବେ ନାହିଁ? ତୁମ୍ଭମାନଙ୍କ ବିଶ୍ୱାସ ସତେ କେଡ଼େ କ୍ଷୀଣ!


‘ଉପରଓଳି ପାଞ୍ଚଟାରେ କାମ ଆରମ୍ଭ କରିଥିବା ମୂଲିଆମାନେ ମୋଟେ ଘଣ୍ଟାଏ କାମ କରିଛନ୍ତି। ଆମେ ଏହି ପ୍ରଚଣ୍ଡ ଖରାରେ ଦିନଯାକ ଖଟିଲୁ, ଅଥଚ ମଜୁରୀ ଦେଲାବେଳେ ସେମାନଙ୍କୁ ଆମ ସହିତ ସମାନ କରିଦେଲେ।’


Swiv nou:

Piblisite


Piblisite