Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:9 - ପବିତ୍ର ବାଇବଲ (CL) NT (BSI)

9 ମୁଁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ହାତ ଧରି ମିଶର ଦେଶରୁ ବାହାର କରି ଆଣିଲାବେଳେ ଯେଉଁ ନିୟମ କରିଥିଲେ, ଏହି ନିୟମ ସେ ପ୍ରକାର ନୁହେଁ। ମୁଁ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ସେଥିରେ ସେମାନେ ବିଶ୍ୱସ୍ତ ରହିଲେ ନାହିଁ; ତେଣୁ ମୁଁ ସେମାନଙ୍କ ପ୍ରତି ମନୋଯୋଗୀ ହେଲି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ-ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ- ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି।

Gade chapit la Kopi

ପବିତ୍ର ବାଇବଲ

9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହେବ ନାହିଁ। ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି। ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ, ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି।

Gade chapit la Kopi




ଏବ୍ରୀ 8:9
44 Referans Kwoze  

ଏହାକୁ ଏକ ଉପମା ରୂପେ ଗ୍ରହଣ କରାଯାଇପାରେ। - ଏହି ଦୁଇ ଜଣ ସ୍ତ୍ରୀ ଦୁଇଟି ନିୟମ ସ୍ୱରୂପ। ଯାହାର ପୁତ୍ର ଦାସତ୍ୱର ବନ୍ଧନରେ ଜନ୍ମ ଗ୍ରହଣ କରିଥିଲା, ସେହି ହାଗାର, ସିନାଇ ପର୍ବତରୁ ଆସିଥିବା ନିୟମର ପ୍ରତୀକ।


ଯୀଶୁ ଅନ୍ଧର ହାତ ଧରି ତାକୁ ଗ୍ରାମର ବାହାରକୁ ନେଇଗଲେ। ସେଠାରେ ତା’ର ଆଖିରେ ଛେପ ଲଗାଇ ତା’ ଦେହରେ ହାତ ରଖି ତାକୁ ପଚାରିଲେ, “କିଛି ଦେଖି ପାରୁଛ?”


ବର୍ତ୍ତମାନ ତୁ ଈଶ୍ୱରଙ୍କ ହସ୍ତରେ ଦଣ୍ଡିତ ହେବୁ। ତୁ ଅନ୍ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ଦିବସରେ ଆଲୋକ ଦେଖିପାରିବୁ ନାହିଁ।” ସେହିକ୍ଷଣି ଏଲୀମାସର ଚକ୍ଷୁ ଘନ କୁହୁଡ଼ିରେ ଆଚ୍ଛନ୍ନ ହେବା ଭଳି ସେ ଅନୁଭବ କଲା ଓ ତା’ର ହାତ ଧରି ବାଟ କଢ଼ାଇ ନେବା ପାଇଁ ଜଣକୁ ଖୋଜିବାକୁ ଲାଗିଲା।


ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।


ସେ ମିଶରରେ ଓ ଲୋହିତ ସାଗରରେ ବହୁ ଆଶ୍ଚର୍ଯ୍ୟକର୍ମ ସାଧନ କରି ଲୋକମାନଙ୍କୁ ମିସରରୁ ବାହାର କରି ଆଣ, ଚାଳିବ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ବାଟ କଢ଼ାଇ ନେଲେ।


Swiv nou:

Piblisite


Piblisite