Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:8 - ପବିତ୍ର ବାଇବଲ (CL) NT (BSI)

8 କିନ୍ତୁ ଈଶ୍ୱର ତାଙ୍କ ଲୋକମାନଙ୍କ ଦୋଷ ଦର୍ଶାଇ କହିଛନ୍ତି, “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଈଶ୍ରାଏଲ ତଥା ଯିହୁଦାର ଲୋକମାନଙ୍କ ସଙ୍ଗରେ ଏକ ନୂତ ନିୟମ ସ୍ଥାପନ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;

Gade chapit la Kopi

ଓଡିଆ ବାଇବେଲ

8 ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯେଣୁ ଈଶ୍ବର ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, “ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;

Gade chapit la Kopi

ପବିତ୍ର ବାଇବଲ

8 କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ: “ପ୍ରଭୁ କହନ୍ତି, ସମୟ ଆସୁଛି, ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି।

Gade chapit la Kopi




ଏବ୍ରୀ 8:8
25 Referans Kwoze  

ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।


ଏହି କାରଣରୁ ଖ୍ରୀଷ୍ଟ ହିଁ ନୂତନ ନିୟମ ସ୍ଥାପନ କରିଛନ୍ତି, ଯେପରି କି ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଅହୁତ, ସେମାନେ ଈଶ୍ୱର ପ୍ରତିଜ୍ଞା କରିଥିାବ ଅନନ୍ତ ଆଶୀର୍ବାଦ ଲାଭ କରିବେ। ପ୍ରଥମ ନିୟମ ବଳବତ୍ତର ଥିବା ସମୟରେ, ଲୋକମାନେ ଯେଉଁସବୁ ପାପ ଦୋଷ କରିଥିଲେ, କେବଳ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ସେମାନେ ସେଥିରୁ ମୁକ୍ତି ମୃତ୍ୟୁ ଲାଭ କରିବେ।


ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।


ଭୋଜନ ପରେ ସେହିପରି ପାନପାତ୍ର ଉଠାଇ ସେ କହିଲେ, “ଏହି ପାନପାତ୍ର ମୋର ରକ୍ତରେ ପ୍ରତିଷ୍ଠିତ ଈଶ୍ୱରଙ୍କ ନୂତନ ନିୟମ। ତୁମ୍ଭେମାନେ ଯେତେ ଥର ଏହି ପାନପାତ୍ରରୁ ପାନ କରିବ, ସେତେ ଥର ମୋତେ ସ୍ମରଣ କରିବାକୁ ଏହା କରିବ।”


ସେହିପରି ଭୋଜନ ପରେ ସେ ସେମାନଙ୍କୁ ପାନପାତ୍ର ଦେଇ କହିଲେ: “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ମୋର ରକ୍ତରେ ମୁଦ୍ରାଙ୍କିତ ଈଶ୍ୱରଙ୍କର ନୂତନ ନିୟମ।


ଯୀଶୁ କହିଲେ, “ଏହା ମୋର ରକ୍ତ, ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ତାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରିବ।


ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସିବ, ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କ ସମୟର ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖି ପାରିବ ନାହିଁ।


ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।


ଏହି ପାର୍ଥକ୍ୟ ହେତୁରୁ ଯୀଶୁ ଏକ ମହତ୍ତର ଚୁକ୍ତିର ନିଶ୍ଚିତତା ପ୍ରଦାନ କରନ୍ତି।


କିନ୍ତୁ ଏବେ ଯୀଶୁଙ୍କୁ ଯେଉଁ ଯାଜକୀୟ କାର୍ଯ୍ୟ ପ୍ରଦତ୍ତ ହୋଇଛି, ତାହା ଅନ୍ୟମାନଙ୍କ ଯାଜକୀୟ କାର୍ଯ୍ୟ ଅପେକ୍ଷା ଉତ୍କୃଷ୍ଟ। ସେହିପରି ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ସେ ଯଉଁ ନିୟମ ସ୍ଥାପନ କରିଛନ୍ତି, ତାହା ମହତ୍ତର, କାରଣ ଏହି ନିୟମରେ ଉତ୍କୃଷ୍ଟତର ବିଷମାନ ପ୍ରଦତ୍ତ ହେବା ପାଇଁ ପ୍ରତିଶୁତି ରହିଛି।


ଏହାକୁ ନୂତନ ବୋଲି ଉଲ୍ଲେଖ କରିବା ଦ୍ୱାରା ଈଶ୍ୱର ପ୍ରଥମଟିକୁ ପୁରାତନ ଓ ଅପ୍ରଚଳିତ, ତାହା ଶୀଘ୍ର ଲୋକ ପାଇବା।


କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।


Swiv nou:

Piblisite


Piblisite