Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:5 - ପବିତ୍ର ବାଇବଲ (CL) NT (BSI)

5 ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ଵୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ଵର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କରଁ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ୱର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର।

Gade chapit la Kopi

ପବିତ୍ର ବାଇବଲ

5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”

Gade chapit la Kopi




ଏବ୍ରୀ 8:5
18 Referans Kwoze  

ସେ ସମସ୍ତ କେବଳ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟର ଛାୟା ସ୍ୱରୂପ। ଖ୍ରୀଷ୍ଟ ହିଁ ସମସ୍ତ ବାସ୍ତବତାର ଆଧାର।


ଇହୁଦୀୟ ବ୍ୟବସ୍ଥା ବାସ୍ତବ ବିଷୟର ଏକ ପୂର୍ଣ୍ଣଙ୍ଗ ଓ ଅବିକଳ ଚିତ୍ର ନୁହେଁ, ଏହା ଆଗାମୀ ଉତ୍କୃଷ୍ଟ ବିଷୟର ଏକ ଅସ୍ପଷ୍ଟ ସୂଚନା ମାତ୍ର। ସର୍ବଦା ବର୍ଷକୁ ବର୍ଷ ସେହି ଏକ ପ୍ରକାରେ ବଳିଦାନ ଉତ୍ସର୍ଗ କରାଯାଉଛି। ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ବ୍ୟବସ୍ଥାର ସେହିସବୁ ବଳିଦାନ ଦ୍ୱାରା ସେମାନେ କଅଣ ସଦ୍ଧ ହୋଇ ପାରୁଛନ୍ତି?


ବିର୍ତ୍ତମାନ କାଳକୁ ଲକ୍ଷ୍ୟ କରି ଏହା ଏକ ଦୃଷ୍ଟାନ୍ତ ସ୍ୱରୂପ। ଏହାର ଅର୍ଥ ହେଉଛି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ନୈବେଦ୍ୟ ଏବଂ ପଶୁବଳି ଉପାସକର ହୃଦୟକୁ ସିଦ୍ଧ କରିପାରେ ନାହିଁ।


ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


“ପ୍ରାନ୍ତରରେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଈଶ୍ୱରଙ୍କ ସାନ୍ନିଧ୍ୟ ତମ୍ବୁ ଥିଲା। ଈଶ୍ୱର ମୋଶାଙ୍କୁ ଯେପରି ନିର୍ମାଣ କରିବାକୁ କହିଥିଲେ ଓ ମୋଶାଙ୍କୁ ଯେଉଁ ନମୁନା ଦେଖାଇଥିଲେ, ଏହା ସେହି ପ୍ରକାରେ ନିର୍ମିତ ହୋଇଥିଲା।


ଏହା ପରେ ସେମାନେ ଅନ୍ୟ ଏକ ପଥ ଦେଇ ସ୍ୱଦେଶକୁ ଫେରିଗଲେ। କାରଣ ହେରୋଦଙ୍କ ନିକଟକୁ ଫେରି ନ ଯିବା ପାଇଁ ଈଶ୍ୱର ସେମାନଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ।


ଆମ୍ଭମାନଙ୍କର ଯେଉଁ ଦିବ୍ୟ ବେଦୀ ଅଛି, ସେଥିରେ ଥିବା ନୈବେଦ୍ୟ ଭୋଜନ କରିବାକୁ ଇହୁଦୀ ମହାଯାଜକମାନଙ୍କର ଅଧିକାର ନାହିଁ।


ଅନନ୍ତର ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବାର ମୁଁ ଦେଖିଲି। ସେଥିରେ ଈଶ୍ୱରଙ୍କ ଉପସ୍ଥିତିସୂଚକ ତମ୍ବୁ ଥିଲା।


Swiv nou:

Piblisite


Piblisite