Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:4 - ପବିତ୍ର ବାଇବଲ (CL) NT (BSI)

4 ସେ ଯଦି ଇହଜଗତରେ ଥାଅନ୍ତେ, ତେବେ ସେ ଆଦୌ ଯାଜକ ହୋଇପାରି ନ ଥାନ୍ତି, କାରଣ ଯିହୁଦୀୟ ବ୍ୟବସ୍ଥା ଅନସାରେ ବଳି ଉତ୍ସର୍ଗ କରିବାକୁ ଯାଜକମାନେ ଅଛନ୍ତି।।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ

4 ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା'ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।

Gade chapit la Kopi




ଏବ୍ରୀ 8:4
11 Referans Kwoze  

ପ୍ରତ୍ୟେକ ମହାଯାଜକ ସ୍ୱଜାତୀୟ ଲୋକମାନଙ୍କ ମଧ୍ୟରୁ ମନୋନୀତ ଓ ନିଯୁକ୍ତ ହୁଅନ୍ତି। ସେ ସେମାନଙ୍କ ପକ୍ଷରୁ ପାପ ମୋଚନ ପାଇଁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରି ଈଶ୍ୱରଙ୍କ ସେବା କରନ୍ତି।


ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।


ସେ ଅନ୍ୟାନ୍ୟ ମହାଯାଜକଙ୍କ ସଦୃଶ ନୁହଁନ୍ତି; ସେମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ଦିମନ୍ତେ ପ୍ରତିଦିନ ବଳି ଉତ୍ସର୍ଗ କରିବାକୁ ପଢ଼େ ନାହିଁ। ସେ ନିଜକୁ ଉତ୍ସର୍ଗ କରି ଏକାଥରକେ ଏକ ଅନନ୍ୟ ବଳିଦାନ ସାଧନ କରିଛନ୍ତି।


ପ୍ରତ୍ୟେକମହାଯାଜକ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ପ୍ରଶୁବଳି ଉତ୍ସର୍ଗ କରିବାକୁ ନିଯୁକ୍ତ ହାଇଥାନ୍ତି। ତେଣୁ ଆମର ମହାଯାଜକ ମଧ୍ୟ ସେପରି କିଛି ନୈବେଦ୍ୟ ଉତ୍ସର୍ଗ କରିବା ଆବଶ୍ୟକ।


ବିର୍ତ୍ତମାନ କାଳକୁ ଲକ୍ଷ୍ୟ କରି ଏହା ଏକ ଦୃଷ୍ଟାନ୍ତ ସ୍ୱରୂପ। ଏହାର ଅର୍ଥ ହେଉଛି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ନୈବେଦ୍ୟ ଏବଂ ପଶୁବଳି ଉପାସକର ହୃଦୟକୁ ସିଦ୍ଧ କରିପାରେ ନାହିଁ।


ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ।


Swiv nou:

Piblisite


Piblisite