Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:2 - ପବିତ୍ର ବାଇବଲ (CL) NT (BSI)

2 ସେ ଯେଉଁ ମହାପବିତ୍ର ସ୍ଥାନରେ ସ୍ଥାପିତ ତମ୍ବୁ ତଳେ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି, ତାହା ମନୁଷ୍ୟ ଦ୍ୱାରା ନିର୍ମିତ ନୁହେଁ, ତାହାକୁ ଈଶ୍ୱର ସ୍ଥାପନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ମହାପବିତ୍ର ସ୍ଥାନର ପୁଣି ଯେଉଁ ଯଥାର୍ଥ ତମ୍ଭୁ ମନୁଷ୍ୟ ଦ୍ଵାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ଵାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ

2 ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।

Gade chapit la Kopi




ଏବ୍ରୀ 8:2
15 Referans Kwoze  

ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।


କାରଣ ଖ୍ରୀଷ୍ଟଙ୍କ ସେବାର ଜୀବନ ଇହୁଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନଙ୍କୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ଈଶ୍ୱର ବିଶ୍ୱସ୍ତ, ଇହୁଦୀ ଜାତିର ପୂର୍ବପୁରୁଷମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞାସବୁ ସେ ପାଳନ କରିବେ।


ଯେଉଁ ଚିରସ୍ଥାୟୀ ନଗର ଈଶ୍ୱରଙ୍କ ଦ୍ୱାରା ପରିକଳ୍ପିତ ଓ ନିମର୍ତତ ଅବ୍ରାହାମ ସେହି ନଗରର ଅପେକ୍ଷାରେ ଥିଲେ।


ଈଶ୍ୱରଙ୍କ ଗୃହ ଏବେ ଆମ୍ଭମାନଙ୍କ ମହାଯାଜକଙ୍କ ଜିମାରେ ଅଛି।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ପ୍ରଥମ ନିୟମରେ ଉପାସନାର ପଦ୍ଧତି ଓ ମନୁଷ୍ୟନିର୍ମିତ ଏକ ଉପାସନାସ୍ଥଳୀ ବିଷୟରେ ଉଲ୍ଲେଖ ଥିଲା।


ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ।


ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।


Swiv nou:

Piblisite


Piblisite