Biblia Todo Logo
Bib sou entènèt

- Piblisite -




ଏବ୍ରୀ 8:10 - ପବିତ୍ର ବାଇବଲ (CL) NT (BSI)

10 ପ୍ରଭୁ କହନ୍ତି, ମୁଁ ଭବିଷ୍ୟତରେ ଈଶ୍ରାଲଲର ଲୋକଙ୍କ ସଙ୍ଗରେ ଲହି ନିୟମ କରିବି: ମୁଁ ମୋର ବ୍ୟବସ୍ଥା ସେମାନଙ୍କ ମାନସପଟରେ ଓ ହୃଦୟ ଫଳକରେ ଲେଖିବି। ମୁଁ ସେମାନଙ୍କର ଈଶ୍ୱର ହେବି, ସେମାନେ ମୋର ଲୋକ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା,

Gade chapit la Kopi

ଓଡିଆ ବାଇବେଲ

10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ମୋଶାଙ୍କ ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହି ସବୁ ଲେଖିବା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା,

Gade chapit la Kopi

ପବିତ୍ର ବାଇବଲ

10 ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି: ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି ସେମାନଙ୍କ ହୃଦୟରେ ସେହିସବୁ ଲେଖିବି। ମୁଁ ସେମାନଙ୍କ ପରମେଶ୍ୱର ହେବି, ଓ ସେମାନେ ମୋର ଲୋକ ହେବେ।

Gade chapit la Kopi




ଏବ୍ରୀ 8:10
34 Referans Kwoze  

ଏହି ପରିଚୟ ପତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ଓ ଆମ୍ଭମାନଙ୍କ ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ପଥର ଫଳକରେ ଲେଖାଯାଇ ନାହିଁ, କିନ୍ତୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ମଣିଷ ହୃଦୟରେ ଲେଖାଯାଇଛି।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ସେମାନଙ୍କର ଅଧର୍ମ ଦୂର କରିବାବେଳେ ସେମାନଙ୍କ ସହିତ ଏହି ଚୁକ୍ତି କରିବୁ।”


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


କାରଣ ଈଶ୍ୱରଙ୍କ ଜୀବନ୍ତ ଓ ଚିରନ୍ତନ ବାକ୍ୟ ଦ୍ୱାରା ତୁମ୍ଭମାନେ କୌଣସି ମରଣଶୀଳ ପିତାଙ୍କ ସନ୍ତାନ ରୂପେ ନୁହେଁ, ମାତ୍ର ଅମର ପିତାଙ୍କ ସନ୍ତାନ ରୂପେ ପୁନର୍ଜନ୍ମ ଲାଭ କରିଛ।


ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।


ଈଶ୍ୱର କହିଛନ୍ତି, ‘ଆମେ ଅବ୍ରାହାମ, ଇସ୍ହାକ ଓ ଯାକୁବର ଈଶ୍ୱର’।” “ ଈଶ୍ୱର ତ ଜୀବିତମାନଙ୍କର ଈଶ୍ୱର - ମୃତମାନଙ୍କର ହୋଇ ନ ପାରନ୍ତି’।”


ବରଞ୍ଚ ସେମାନେ ଏକ ଉତ୍କୃଷ୍ଟତର ଦେଶକୁ, ଅର୍ଥାତ୍ ସ୍ୱର୍ଗୀୟ ଦେଶକୁ ଯିବା ପାଇଁ ଆକାଂକ୍ଷା କରୁତିଲେ। ତେଣୁ ସେମାନେ ଈଶ୍ୱରଙ୍କୁ ନିଜଗର ଈଶ୍ୱର ବୋଲି ସମ୍ପୋଧନ କରିବା ଦ୍ୱାରା ସେ ଲଜ୍ଜିତ ହୋଇ ନ ଥିଲେ। ବାସ୍ତବିକ, ଈଶ୍ୱର ସେମାନଙ୍କ ନିମନ୍ତେ ଏକ ନଗରୀ ପ୍ରସ୍ତୁତ କରି ରଖିଥିଲେ।


ତୁମେ ବୋଧହୁଏ ଜାଣ ନାହିଁ, ଯିଏ ଗଣିକା ସହିତ ମିଳିତ ହୁଏ, ସେ ତା’ ସହିତ ଶାରୀରିକଭାବେ ଏକାଙ୍ଗ ହୋଇଯାଏ? ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।”


Swiv nou:

Piblisite


Piblisite