Biblia Todo Logo
Bib sou entènèt

- Piblisite -




ଏବ୍ରୀ 6:1 - ପବିତ୍ର ବାଇବଲ (CL) NT (BSI)

1 ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନପରିବର୍ତ୍ତନ, ଈଶ୍ଵରଙ୍କଠାରେ ବିଶ୍ଵାସ,

Gade chapit la Kopi

ଓଡିଆ ବାଇବେଲ

1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ-ପରିବର୍ତ୍ତନ, ଈଶ୍ବରଙ୍କଠାରେ ବିଶ୍ୱାସ,

Gade chapit la Kopi

ପବିତ୍ର ବାଇବଲ

1 ଅତଏବ ଖ୍ରୀଷ୍ଟଙ୍କ ବିଷୟରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ଯ୍ୟ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚା‌ତ୍‌‌ପଦ ହେବା ନାହିଁ। ଯେତେବେଳେ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭେମାନେ ମନ୍ଦକର୍ମରୁ ବିମୁଖ ହୋଇ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲୁ।

Gade chapit la Kopi




ଏବ୍ରୀ 6:1
50 Referans Kwoze  

ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।


ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।


ସଳଖ ପଥମାନଙ୍କପରେ ଗମନ କର; ତାହାହେଲେ, ତୁମର ପଙ୍ଗୁ ପଦ ଅଚଳ ନ ହୋଇ ସୁସ୍ଥ ହେବ।


“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।


ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।


ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି।


ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ଯେ ମୋ’ଠାରେ ବିଶ୍ୱାସ କରେ, ସେ କେବଳ ମୋତେ ନୁହେଁ; ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ସେ କହୁଥିଲେ: “ପାପ ପଥରୁ ଫେର, କାରଣ ସ୍ୱର୍ଗ ରାଜ୍ୟ ଶୀଘ୍ର ଆସୁଛି।”


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।


ସେମାନେ ଏହା ଶୁଣିବା ପରେ ଆଉ ସମାଲୋଚନା ନ କରି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ତା’ ହେଲେ ଈଶ୍ୱର ଅଣଇହୁଦୀମାନଙ୍କୁ ମଧ୍ୟ ଅନୁତାପ କରିବାକୁ ଓ ବଞ୍ଚିବା ପାଇଁ ସୁଯୋଗ ଦେଇଛନ୍ତି।”


ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ


ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।


ତା’ପରେ ଶିଷ୍ୟମାନେ ଯାଇ ପାପ ପଥରୁ ଫେରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଲେ।


ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଏହିପରି ଆରମ୍ଭ ହେଲା:


ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।


ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମଠାରେ ତାଙ୍କର ପ୍ରେମ ସମ୍ପର୍ଣ୍ଣତା ଲାଭ କରେ।


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


କୁମେ ଶେଷ ପର୍ଯ୍ୟନ୍ତ ସହିଷ୍ଠ ହୋଇ ରହିଲେ, କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓଔ ସମ୍ପୁର୍ଣ୍ଣ ହେବ।


ବିଶ୍ୱାସ ବିନା କେହି ଈଶ୍ୱରଙ୍କ ସନ୍ତୁଷ୍ଟ କରିପାରେ ନାହିଁ, କାରଣ ଯେ ଈଶ୍ୱରଙ୍କ ନିକଟକୁ ଆସେ, ସେ ଈଶ୍ୱର ଯେ ତାଙ୍କର ଅନ୍ୱେଷଣକାରୀମାନଙ୍କର ଆଶା ପୂରଣ କରନ୍ତି, ତାହା ମଧ୍ୟ ବିଶ୍ୱାସ କରିବା ଆବଶ୍ୟକ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ତୁମ୍ଭମାନଙ୍କର ଅବାଧ୍ୟତା ଓ ପାପ ହେତୁ ଅତୀତରେ ଆଧ୍ୟାତ୍ମିକଭାବେ ମୃତ ଥିଲ।


କିନ୍ତୁ ସମସ୍ତ ବିଷୟର ସମ୍ପୂର୍ଣ୍ଣତା ଉପସ୍ଥିତ ହେଲେ, ଏହି ଆଂଶିକ ବିଷୟସବୁ ଲୋପ ପାଇବ।


ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।


ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।


ପ୍ରବଳ ବର୍ଷାହେଲା, ନଦୀ ଜଳ ବନ୍ଧ ଟପି ଉଛୁଳି ପଡ଼ିଲା ଓ ସେହି ଘର ଉପରେ ଅତି ବେଗରେ ପବନ ବହିଲା, କିନ୍ତୁ ସେହି ଘରଟି ଭୁଷୁଡ଼ି ପଡ଼ିଲା ନାହିଁ। କାରଣ ତାଡା ପଥର ଉପର ନିର୍ମିତ ହୋଇଥିଲା।


ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।


ତାହାହେଲେ, ଏହି ଅବିନଶ୍ୱର ଧନଭଣ୍ଡାର ସୃଷ୍ଟି କରି ନିଜର ଭବିଷ୍ୟତ ସଦ୍ଗତି ପାଇଁ ସେମାନେ ଦୃଢ଼ଭିତ୍ତି ସ୍ଥାପନ କରିବେ ଏବଂ ପରିଶେଷରେ ସେମାନେ ପ୍ରକୃତ ଜୀବନ ଲାଭ କରିବେ।


ସେ ଗଭୀର କରି ଖୋଳି ପଥର ଉପରେ ମୂଳଦୁଆ ପକାଇ ଗୃହ ନିର୍ମାଣ କରିବା ଲୋକ ପରି। ନଦୀରେ ବନ୍ୟା ଆସି ଘରକୁ ଧକ୍କା ଦେଲା, କିନ୍ତୁ ତାହା ସୁଦୃଢ଼ ହୋଇ ଥିବାରୁ ତାହାକୁ ଟଳାଇ ପାରିଲା ନାହିଁ।


‘ନା, ମୁଁ କରିବି ନାହିଁ’ ବୋଲି ବଡ଼ ପୁଅ କହିଲା। କିନ୍ତୁ ପରେ ମନ ବଦଳାଇ କାମ କରିବାକୁ ଗଲା।


ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।


ପୁଣି ଏହି ସମସ୍ତ ଗୁଣ ସହିତ ପ୍ରେମକୁ ଯୋଗ କର। ପ୍ରେମ ସମସ୍ତ ବିଷୟକୁ ପୂର୍ଣ୍ଣାଙ୍ଗ କରି ଏକତାବଦ୍ଧ କରେ।


Swiv nou:

Piblisite


Piblisite