Biblia Todo Logo
Bib sou entènèt

- Piblisite -




ଏବ୍ରୀ 4:7 - ପବିତ୍ର ବାଇବଲ (CL) NT (BSI)

7 କାରଣ ସେମାନଙ୍କ ପାଇଁ ଈଶ୍ୱର ଅନ୍ୟ ଏକ ଦିନ ନିରୂପଣ କରିଛନ୍ତି ଏବଂ ତାହା ହେଉଛି, “ଆଜି”। ଉପରୋକ୍ତ ସମୟର ବହୁ ବର୍ଷ ପରେ ଈଶ୍ୱର ରାଜା ଦାଉଦଙ୍କ ଦ୍ୱାରା ଏହି ବିଷୟ ଉଲ୍ଲିଖିତ ଶାସ୍ତ୍ର ବାକ୍ୟରେ ପ୍ରକାଶ କରିଥିଲେ: “ଆଜି ଯଦି ତୁମେ ଈଶ୍ୱରଙ୍କ ବଣୀ ଶ୍ରବଣ କର, ତେବେ ହୃଦୟ କଠିନ କର ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।

Gade chapit la Kopi

ଓଡିଆ ବାଇବେଲ

7 ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେ କାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।”

Gade chapit la Kopi

ପବିତ୍ର ବାଇବଲ

7 ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ: “ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ, ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।”

Gade chapit la Kopi




ଏବ୍ରୀ 4:7
12 Referans Kwoze  

ଧର୍ମଶାସ୍ତ୍ରରେ ଲିଖିତ ଅଛି, “ଆଜି ଯଦି ତୁମେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ ପିତୃପୁରୁଷମାନେ ହୃଦୟ କଠିନ କରି ଈଶ୍ୱରଙ୍କ ପ୍ରତି ଯେପରି ବିଦ୍ରୋହାଚରଣ କରିଥିଲେ, ସେପରି କର ନାହିଁ।”


ଯୀଶୁ ପଚାରିଲେ, “ତାହାହେଲେ ଦାଉଦ ମସୀହଙ୍କୁ ‘ମୋର ପ୍ରଭୁ’ ବୋଲି କାହିଁକି ଉଲ୍ଲେଖ କରିଛନ୍ତି? ପରମାତ୍ମାଙ୍କ ପ୍ରେରଣାରେ ସେ ଲେଖିଛନ୍ତି,


ଏ ବିଷୟରେ ସେମାନଙ୍କ ମଧ୍ୟରେ ପ୍ରବଳ ମତଭେଦ ସୃଷ୍ଟି ହେଲା। ସେମାନେ ଚାଲିଯିବା ପୂର୍ବରୁ ପାଉଲ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଲେ: “ପବିତ୍ର ଆତ୍ମା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ମୁଖରେ ଯଥାର୍ଥ କଥା କହିଥିଲେ!


ଈଶ୍ୱର ଭବିଷ୍ୟତ୍ରେ କ’ଣ କରିବାକୁ ଯାଉଛନ୍ତି, ଦାଉଦ ତାହା ଜାଣିପାରି, ମସୀହଙ୍କ ପୁନରୁତ୍ଥାନ ବିଷୟରେ କହିଛନ୍ତି; ‘ସେ ମୃତମାନଙ୍କ ଜଗତରେ ପରିତ୍ୟକ୍ତ ହେଲେ ନାହିଁ। ତାହାଙ୍କ ଶରୀର କବର ମଧ୍ୟରେ କ୍ଷୟ ପାଇଲା ନାହିଁ।’


କାରଣ ଦାଉଦ ନିଜେ ତାଙ୍କର ଗୀତରେ ଲେଖିଛନ୍ତି, ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ଆମେ ତୁମର ଶତ୍ରୁମାନଙ୍କୁ ତୁମର ପାଦ ପୀଠ ନ କରିବା ପର୍ଯ୍ୟନ୍ତ ଆମ ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’


“ଧର୍ମଗୁରୁମାନେ କାହିଁକି କହନ୍ତି, ମସୀହ ଦାଉଦଙ୍କ ବଂଶଧର ବୋଲି? ପବିତ୍ର ଆତ୍ମାଙ୍କଠାରୁ ପ୍ରେରଣା ପାଇ ଦାଉଦ କହିଛନ୍ତି: ‘ଈଶ୍ୱର ମୋ’ ପ୍ରଭୁଙ୍କୁ କହିଲେ, ଆମେ ତୁମର ସମସ୍ତ ଶତ୍ରୁଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ, ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’


“ଭାଇମାନେ, ସରଳଭାବେ ମୁଁ ତୁମ୍ଭମାନଙ୍କୁ ଆମ ପୂର୍ବପୁରୁଷ ଦାଉଦ ରାଜାଙ୍କ ବିଷୟରେ କିଛି କହିବା ଆବଶ୍ୟକ ମନେ କରୁଛି। ସେ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ପୁଣି ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅଛି।


Swiv nou:

Piblisite


Piblisite