Biblia Todo Logo
Bib sou entènèt

- Piblisite -




ଏବ୍ରୀ 4:3 - ପବିତ୍ର ବାଇବଲ (CL) NT (BSI)

3 କିନ୍ତୁ ଆମ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ହିଁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଲାଭ କରିବେ, କାରଣ ଈଶ୍ୱର କହିଛନ୍ତି, “ମୁଁ କ୍ରୋଧନ୍ୱିତ ହୋଇ ଶପଥ କଲି: ସେମାନେ ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।” ଜଗତରେ ସୃଷ୍ଟି ସମୟରୁ ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଈଶ୍ୱର ଏ କଥା କହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯେଣୁ ବିଶ୍ଵାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରୁ, ଯେପରି ସେ କହିଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ। କିନ୍ତୁ ଜଗତର ପତ୍ତନାବଧି ତ ସମସ୍ତ କର୍ମ ସମାପ୍ତ ହୋଇଥିଲା;

Gade chapit la Kopi

ଓଡିଆ ବାଇବେଲ

3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, “ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ‘ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’” କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;

Gade chapit la Kopi

ପବିତ୍ର ବାଇବଲ

3 ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି: “ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି; ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା।

Gade chapit la Kopi




ଏବ୍ରୀ 4:3
15 Referans Kwoze  

ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।


ତାହାହେଲେ, ତାଙ୍କୁ ଜଗତର ସୃଷ୍ଟି ସମୟରୁ ବହୁବାର ଦୁଃଖଭୋଗ କରିବାକୁ ପଡ଼ି ଥାଆନ୍ତି। ବରଞ୍ଚ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା କାଳ କାଳକୁ ପାପର ଶକ୍ତି ଲୋପ କରିବା ପାଇଁ ଆସିଥିଲେ।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ମୁଁ କ୍ରୋଧରେ ଶପଥ କଲି, ‘ମୁଁ ଯେଉଁ ଦେଶରେ ସେମାନେଙ୍କୁ ବିଶ୍ରାମ ଦେଇଥାନ୍ତି, ସେହି ଦେଶରେ ସେମାନେ ଆଦୌ ପ୍ରବେଶ କରିପାରିବେ ନାହିଁ।”


ଏହା ଦ୍ୱାରା ଭାବବାଦୀଙ୍କର ଏହି ଭବିଷ୍ୟବାଣୀ ସଫଳ ହେଲା। “ମୁଁ ଦୃଷ୍ଟାନ୍ତ ଛଳରେ ସେମାନଙ୍କ ସହିତ କଥା କହିବି। ସୃଷ୍ଟି ଆରମ୍ଭରୁ ଅଜଣା ଥିବା ସବୁ କଥା ଏହିପରି ମୁଁ ସେମାନଙ୍କୁ ବୁଝାଇବି।”


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


Swiv nou:

Piblisite


Piblisite