Biblia Todo Logo
Bib sou entènèt

- Piblisite -




ଏବ୍ରୀ 4:16 - ପବିତ୍ର ବାଇବଲ (CL) NT (BSI)

16 ତେଣୁ ଆମେ ସାହସ ସହକାରେ ଈଶ୍ୱରଙ୍କ ଦୟା-ସିଂହାସନ ନିକଟକୁ ଯାଇପାରୁ। ସେଠାରେ ଆମର ପ୍ରୟୋଜନ ସମୟରେ ଆମର ଉପକାର ନିନ୍ତେ ଦୟା ଓ ଅନୁଗ୍ରହ ଲାଭ କରିବୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।

Gade chapit la Kopi

ଓଡିଆ ବାଇବେଲ

16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।

Gade chapit la Kopi

ପବିତ୍ର ବାଇବଲ

16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

Gade chapit la Kopi




ଏବ୍ରୀ 4:16
18 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ଓ ତାଙ୍କଠାରେ ବିଶ୍ୱାସ କରୁଥିବାରୁ ଭରସାର ସହିତ ଈଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ଏବେ ସାହସ ଅଛି।


ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।


ଏଣୁ ଆମ୍ଭେମାନେ ସାହସରେ କହି ପାରିବା, “ପ୍ରଭୁ ମୋର ସହିୟକ। ମୁଁ ଭୟ କରିବି ନାହ, କିଏ ମୋର ଅନିଷ୍ଟ କରିପାରେ?”


ପୂର୍ବେ ତୁମ୍ଭମାନେ ଈଶ୍ୱରଙ୍କ ଦୟା ସମ୍ବନ୍ଧରେ ଅଜ୍ଞ ଥିଲ, ର୍ବତ୍ତମାନ ତାଙ୍କ ଦୟାର ପାତ୍ର ହୋଇଛ।


ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଇହୁଦୀ ଓ ଅଣଇହୁଦୀ ସମସ୍ତେ ଏକ ଆତ୍ମାରେ ପିତାଙ୍କ ସମ୍ମୁଖକୁ ଆସିବା ପାଇଁ ସକ୍ଷମ ହୋଇଛୁ।


କାରଣ ମୋଶାପ୍ରଦତ୍ତ ବ୍ୟବସ୍ଥା ଦ୍ୱାରା କୌଣସି ବିଷୟ ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ। ବର୍ତ୍ତମାନ ଅମ୍ଭମାନଙ୍କୁ ଏକ ବଳବତ୍ତର ଭରସା ପ୍ରଦତ୍ତ ହୋଇଛି; ସେଥିଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସମର୍ଥ ହୋଇଛୁ।


ସିନ୍ଦୁକ ପକ୍ଷ ବିଶିଷ୍ଟ ଦୁଇ ପ୍ରାଣୀଙ୍କର ପ୍ରତିମୂର୍ତ୍ତି ଥିଲା। ଏମାନେ “ପାପକ୍ଷମା” ସ୍ଥାନ ଉପରେ ପକ୍ଷ ବିସ୍ତା କରି ରହିଥିଲେ, କିନ୍ତୁ ବର୍ତ୍ତମାନ ଏ ସବୁର ବିଶଦ ବ୍ୟାଖ୍ୟା ଅନାବଶ୍ୟକ।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


Swiv nou:

Piblisite


Piblisite