Biblia Todo Logo
Bib sou entènèt

- Piblisite -




ଏବ୍ରୀ 4:1 - ପବିତ୍ର ବାଇବଲ (CL) NT (BSI)

1 ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ।

Gade chapit la Kopi

ଓଡିଆ ବାଇବେଲ

1 ଅତଏବ ଆସ, ଆମ୍ଭେମାନେ ସାବଧାନ ହେଉ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ।

Gade chapit la Kopi

ପବିତ୍ର ବାଇବଲ

1 ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।

Gade chapit la Kopi




ଏବ୍ରୀ 4:1
28 Referans Kwoze  

ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।


ଅତଏବ ଏହା ସୁସ୍ପଷ୍ଟ ଯେ, ସପ୍ତମ ଦିନରେ ଈଶ୍ୱର ବିଶ୍ରାମ କରିବା ପରି, ତାଙ୍କ ଲୋକମାନଙ୍କ ନିମନ୍ତେ ଏକ ବିଶ୍ରାମର ସମୟ ରଖାଯାଇଛି।


ଯେଉଁ ନେତାମାନେ ପୂର୍ବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇ ଥିଲେ, ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନ ତଥା ମୃତ୍ୟୁ କି ପ୍ରକାର ଥିଲା, ତାହା ସ୍ମରଣ କରି ସେମାନଙ୍କର ବିଶ୍ୱାସକୁ ନିଜ ଜୀବନରେ ରୂପାୟିତ କର।


କିନ୍ତୁ ତାଙ୍କ ପ୍ରତି ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ, ସେ ସଦା ବିଶ୍ୱସ୍ତ ରହିବେ, କାରଣ ସେ ନିଜ ବିରୁଦ୍ଧରେ ମିଥ୍ୟାଚରଣ କରି ପାରିବେ ନାହିଁ।


ଯେ ଦୃଢ଼ ପ୍ରତିଷ୍ଠିତ ବୋଲି ଭାବେ, ସେ ସାବଧାନ ରହୁ। ତା’ର ଯେପରି ପତନ ନ ହୁଏ।


ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।


ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।


ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?


ମୁଁ କ୍ରୋଧରେ ଶପଥ କଲି, ‘ମୁଁ ଯେଉଁ ଦେଶରେ ସେମାନେଙ୍କୁ ବିଶ୍ରାମ ଦେଇଥାନ୍ତି, ସେହି ଦେଶରେ ସେମାନେ ଆଦୌ ପ୍ରବେଶ କରିପାରିବେ ନାହିଁ।”


କିନ୍ତୁ ସେହି ଭୃତ୍ୟ ଯଦି ଅବିଶ୍ୱସ୍ତ ହୋଇ ମାଲିକ ଶୀଘ୍ର ଫେରିବେ ନାହିଁ ବୋଲି ଭାବିବ ଓ


ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ


ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି: “ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି, ପରିତ୍ରାଣ ଦିନାର ତୁମର ସହୟ ହେଲି।” ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ। ଆଜି ହେଉଛି ପରିତ୍ରାଣର ଦିନ।


ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।


Swiv nou:

Piblisite


Piblisite