Biblia Todo Logo
Bib sou entènèt

- Piblisite -




ଏବ୍ରୀ 3:10 - ପବିତ୍ର ବାଇବଲ (CL) NT (BSI)

10 ତେଣୁ ମୁଁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ହୋଇ କହିଲି, ‘ସେମାନେ ସର୍ବଦା ଅବିଶ୍ୱସ୍ତ ଏବଂ ମୋର ଆଦେଶ ପାଳନ କରିବାକୁ ଅନିଚ୍ଛୁକ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାଁନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 “ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ

10 ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ। ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ।

Gade chapit la Kopi




ଏବ୍ରୀ 3:10
20 Referans Kwoze  

ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


ହେ ବିଶ୍ୱାସୀ ଭାଇମାନେ, ସାବଧାନ, ତୁମ୍ଭମାନଙ୍କ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ବିମୁଖ ନ ହୁଏ।


କିନ୍ତୁ ମୁଁ ସତ୍ୟ କହେ, ଏଥିପାଇଁ ତୁମେ ମୋତେ ବିଶ୍ୱାସ କରୁ ନାହଁ।


ଯୀଶୁ ସେମାନଙ୍କ ଆଡ଼କୁ ରାଗି ଚାହିଁଲେ ଏବଂ ସେମାନଙ୍କ ଠିନ ହୃଦୟ ଦେଖି ଦୁଃଖିତ ହେଲେ। ତା’ପରେ ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ହାତ ବଢ଼ାଇବା ମାତ୍ରେ ସୁସ୍ଥ ହୋଇଗଲା।


କିନ୍ତୁ ଯଦି ମୋର ଅସତ୍ୟତା ଦ୍ୱାରା ଈଶ୍ୱରଙ୍କ ସତ୍ୟପରାୟଣତା ଅଧିକ ସ୍ପଷ୍ଟ ରୂପେ ପ୍ରକାଶିତ ହୁଏ ଓ ସେ ଗୌରବାନ୍ୱିତ ହୁଅନ୍ତି, ମୁଁ ପାପୀ ବୋଲି କାହିଁକି ଦଣ୍ଡନୀୟ ହେବି?


ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍‍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।


ଯେତେବେଳେ ଅନ୍ୟ ଶିଷ୍ୟମାନେ ଏହି କଥା ଶୁଣିଲେ, ସେହି ଦୁଇ ଭାଇ ଉପରେ ରାଗିଲେ।


Swiv nou:

Piblisite


Piblisite