Biblia Todo Logo
Bib sou entènèt

- Piblisite -




ଏବ୍ରୀ 2:16 - ପବିତ୍ର ବାଇବଲ (CL) NT (BSI)

16 ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ସେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରନ୍ତି ନାହିଁ, ବରଂ ଶାସ୍ତ୍ରାକ୍ତି ଅନୁସାରେ, “ସେ ଅବ୍ରାହାମଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ତତ୍ତ୍ଵ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ତତ୍ତ୍ଵ ନିଅନ୍ତି।

Gade chapit la Kopi

ଓଡିଆ ବାଇବେଲ

16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି।

Gade chapit la Kopi

ପବିତ୍ର ବାଇବଲ

16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି।

Gade chapit la Kopi




ଏବ୍ରୀ 2:16
11 Referans Kwoze  

ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।


ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।


ଆମ ଜାଗତିକ ପିତାମାନଙ୍କ ଦୃଷ୍ଟିରେ ଯାହା ବିହିତ, ସେହି ଅନୁଯାୟୀ ଆମ୍ଭମାନଙ୍କୁ ଅଳ୍ପ କାଳ ପାଇଁ ଶାସନ କରନ୍ତି; କିନ୍ତୁ ଆମେ ଯେପରି ତାଙ୍କ ପବତ୍ରତାେ ଭାଗୀ ହୋଇ ପାରିବୁ, ଏହି ଉଦ୍ଦେଶ୍ୟରେ ଈଶ୍ୱର ଆମ ମଙ୍ଗଳ ନିମନ୍ତେ ଆମକୁ ଶାସନ କରନ୍ତି।


ଲୋକେ ଶପଥ କଲାବେଳେ ନିଗଠାରୁ ମହତ୍ତର ବ୍ୟକ୍ତିଙ୍କ ନାମରେ ଶପଥ କରନ୍ତି, ଏଭଳି ଶପଥ କରିବା ଦ୍ୱାରା ସମସ୍ତ ବାଦାନୁବାଦର ଅବସାନ ଘଟେ।


ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।


ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।


ଏହାଦ୍ୱାରା ଅଜୀବନ ମୃତ୍ୟୁ ଭୟରୂପ ଦାସତ୍ୱ ବନ୍ଧନରେ ଥିବା ମନୁଷ୍ୟମାନଙ୍କୁ ସେ ମୁକ୍ତି ଦେଇଛନ୍ତି।


ଏହାର ଅର୍ଥ ହେଉଛି, ସବୁ ବିଷୟରେ ତାଙ୍କର ଭ୍ରାତାମାନଙ୍କ ସଦୃଶ ହେବା ତାଙ୍କର ପ୍ରୟୋଜନ ଥିଲା, ଯାହା ଫଳରେ ସେ ସେମାନଙ୍କର ବିଶ୍ୱସ୍ତ ଓ ଦୟାଳୁ ମହାଯାଜକ ହୋଇ ଈଶ୍ବରଙ୍କ ସେବା କରିପାରିବେ ଏବଂ ମନୁଷ୍ୟମାନେ ପାପକ୍ଷମା ପାଇବେ।


Swiv nou:

Piblisite


Piblisite