Biblia Todo Logo
Bib sou entènèt

- Piblisite -




ଏବ୍ରୀ 2:10 - ପବିତ୍ର ବାଇବଲ (CL) NT (BSI)

10 ସଚରାଚର ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ବର ତାଙ୍କର ଅଗଣିତ ସନ୍ତାନମାନଙ୍କୁ ଯୀଶୁଙ୍କ ଗୌରବରେ ଭାଗୀ କରାଇବା ନିମନ୍ତେ, ମୃତ୍ୟୁଭୋଗ ଦ୍ୱାରା ଯୀଶୁଙ୍କୁ ସିଦ୍ଧ କରି ଯଥୋଚିତ କାର୍ଯ୍ୟ କରିଛନ୍ତି। କାରଣ ଯୀଶୁ ହିଁ ପରିତ୍ରାଣ ପଥରେ ସେମାନଙ୍କୁ କଢ଼ାଇ ନିଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ଵାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା।

Gade chapit la Kopi

ଓଡିଆ ବାଇବେଲ

10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା।

Gade chapit la Kopi

ପବିତ୍ର ବାଇବଲ

10 ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।

Gade chapit la Kopi




ଏବ୍ରୀ 2:10
46 Referans Kwoze  

ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ଆମ୍ଭମାନଙ୍କର ପ୍ରତିନିଧି ସ୍ୱରୂପ ଯୀଶୁ ପୂର୍ବରୁ ସେଠାକୁ ଗଲେଣି। ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଚିରକାଳ ପାଇଁ ମହାଯାଗକ ହୋଇଛନ୍ତି।


ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।


ଓ ସେମାନଙ୍କୁ କହିଲେ: “ଏହି କଥା ହିଁ ତ ଲେଖା ଯାଇଛି - ମସୀହ ଦୁଃଖ ଭୋଗ କରିବେ ଓ ତିନି ଦିନ ପରେ ମୃତ୍ୟୁରୁ ଉତ୍ଥିତ ହେବେ


ଏସବୁ ଦୁଃଖ ଭୋଗ ପରେ ତାଙ୍କର ଗୌରବରେ ପ୍ରବେଶ କରିବା କ’ଣ ମସୀହଙ୍କର ଆବଶ୍ୟକ ନ ଥିଲା?”


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


ମୋଶାଙ୍କ ବ୍ୟବସ୍ଥାରେ ନିଯୁକ୍ତ ମହାଯାଜକମାନଙ୍କର ଦୋଷ ଦୁର୍ବଳତା ଥାଏ; କିନ୍ତୁ ବ୍ୟବସ୍ଥା ସଂସ୍ଥାପନର ପରବର୍ତ୍ତୀ ସମୟରେ ଈଶ୍ୱର ନିଜର ପ୍ରତିଜ୍ଞା ଓ ଶପଥ ଅନୁଯାୟୀ ତାଙ୍କର ଯେଉଁ ପୁତ୍ରଙ୍କୁ ମହାଯାଜକ ରୂପେ ନୁଯୁକ୍ତ କଲେ, ସେ ଚିରକାଳ ପାଇଁ ସିଦ୍ଧ ହୋଇଛନ୍ତି।


ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।


“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”


ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।


ଖ୍ରୀଷ୍ଟ ହିଁ ତୁମର ଜୀବନ ଏବଂ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ଗୌରବର ଅଂଶୀ ହୋଇ ପ୍ରକାଶିତ ହେବ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।


ପୁଣି ସେ ତାଙ୍କର ପ୍ରଚୁର ଗୌରବ ପ୍ରକାଶ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଗ୍ରହର ପାତ୍ର ସ୍ୱରୂପେ ପୂର୍ବରୁ ମନୋନୀତ କରିଥିଲେ।


ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ।


ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।


ମୁଁ ଚଣେ ବୟୋଜ୍ୟେଷ୍ଠ ନେତା ହିସାବରେ ତୁମ୍ଭମାନଙ୍କ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ବିନତି କରି କହୁଛି। ଖ୍ରୀଷ୍ଟଙ୍କ ଦୁଃଖଭୋଗର ମୁଁ ଜଣେ ସାକ୍ଷୀ ଓ ତାଙ୍କର ଗୌରବ ପ୍ରକାଶିତ ହେବା ସମୟରେ ମୁଁ ସେଥିରେ ଭାଗୀ ହେବି।


ଈଶ୍ୱର ଉକ୍ତ ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ ଯେ, ସେମାନେ ନିଜର ହିତ ପାଇଁ କିଛି କରୁ ନ ଥିଲେ। ସେମାନେ ଯାହା କହୁଥିଲେ, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ଶକ୍ତିରେ ବର୍ତ୍ତମାନ ଯେଉଁ ବାର୍ତ୍ତାବହମାନେ ସୁସମାଚାର ପ୍ରଚାର କରୁଛନ୍ତି, ତୁମ୍ଭେମାନେ ଏବେ ସେମାନଙ୍କଠାରୁ ସେହିସବୁ କଥା ଶୁଣୁଛ- ଏହି ସମସ୍ତ ବିଷୟରେ ମର୍ମ ବୁଝିବା ପାଇଁ ସ୍ୱର୍ଗଦୂତମାନେ ମଧ୍ୟ ଇଚ୍ଛୁକ।


ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।


ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରଦର୍ଶିତ ପ୍ରେମରେ ତାଙ୍କ ଅନୁଗ୍ରହର ଅସାଧାରଣ ମହତ୍ତ୍ୱ ଯୁଗେ ଯୁଗେ ପ୍ରତିପାଦିତ କରିବା ପାଇଁ ଈଶ୍ୱର ଏହା କଲେ।


ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”


ଏସବୁ ଈଶ୍ୱରଙ୍କ କାର୍ଯ୍ୟ। ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ତାଙ୍କ ସହିତ ପୁନର୍ମିଳିତ କରିଛନ୍ତି ଏବଂ ତାଙ୍କ ସହିତ ଅନ୍ୟମାନଙ୍କର ପୁନର୍ମିଳନ କରାଇବା ପାଇଁ ସେ ଆମକୁ ଦାୟିତ୍ୱ ଦେଇଛନ୍ତି।


ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।


ମୁଁ ଈଶ୍ୱରଙ୍କ ନିଗୂଢ଼ ଜ୍ଞାନର କଥା ପ୍ରକାଶ କରୁଛି - ସେହି ଜ୍ଞାନ ମନୁଷ୍ୟଠାରୁ ଗୁପ୍ତ ରଖାଯାଇଛି, ଅଥଚ ଆମର ଗୌରବ ନିମନ୍ତେ ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଏହାକୁ ନିରୂପଣ କରିଥିଲେ।


ଯୀଶୁ ତାହା ଗ୍ରହଣ କରି କହିଲେ, “ସମାପ୍ତ ହେଲା”। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ।


ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେହି କୋକିଶିଆଳିକୁ ଯାଇ କୁହ: ‘ମୁଁ ଆଜି ଏବଂ ଆସନ୍ତା କାଲି ଭୂତ ଛଡ଼ାଉଛି ଓ ରୋଗୀଙ୍କୁ ସୁସ୍ଥ କରୁଛି ଏବଂ ତୃତୀୟ ଦିନରେ ମୁଁ ମୋର କାର୍ଯ୍ୟ ଶେଷ କରିବି।’


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


Swiv nou:

Piblisite


Piblisite