Biblia Todo Logo
Bib sou entènèt

- Piblisite -




ଏବ୍ରୀ 13:8 - ପବିତ୍ର ବାଇବଲ (CL) NT (BSI)

8 ଯୀଶୁ ଖ୍ରୀଷ୍ଟ ଗତ କାଲି, ଆଜି ଓ ଚିରକାଳ ସମଭାବରେ ବିଦ୍ୟମାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ

8 ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।

Gade chapit la Kopi




ଏବ୍ରୀ 13:8
19 Referans Kwoze  

ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ପୋଷାକ ସଜାଡ଼ିଲା ଭଳି ତୁମେ ସେ ସବୁ ସଜାଡ଼ି ରଖିବ ଏବଂ ବସ୍ତ୍ର ବଦଳାଇବା ପରି ପରିବର୍ତ୍ତନ କରିବ। କିନ୍ତୁ ସ୍ୱୟଂ ତୁମେ ଅପରିବର୍ତ୍ତନୀୟ ଓ ଅନନ୍ତ।”


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ , କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ଈଶ୍ୱରଙ୍କ ସମସ୍ତ ପ୍ରତିଶ୍ରୁତି ତାଙ୍କଠାରେ ସଫଳ ହୋଇଛି। ସେଥପାଇଁ ଯୀଶୁ ଖ୍ରୀଶ୍ଟଙ୍କ ହେତୁ ଆମର “ଆମେନ୍” ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ।


ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।


Swiv nou:

Piblisite


Piblisite