Biblia Todo Logo
Bib sou entènèt

- Piblisite -




ଏବ୍ରୀ 13:5 - ପବିତ୍ର ବାଇବଲ (CL) NT (BSI)

5 ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ”।

Gade chapit la Kopi

ଓଡିଆ ବାଇବେଲ

5 ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, "ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ''।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।”

Gade chapit la Kopi

ପବିତ୍ର ବାଇବଲ

5 ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି: “ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ; ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”

Gade chapit la Kopi




ଏବ୍ରୀ 13:5
46 Referans Kwoze  

“ଅତଏବ ମୁଁ କହୁଛି, ଜୀବନ ଧାରଣ ନିମନ୍ତେ ଆବଶ୍ୟକୀୟ ଆହାର ଓ ପାନୀୟ ଓ ପିନ୍ଧିବା ଲାଗି ଆବଶ୍ୟକୀୟ ବସ୍ତ୍ର ପାଇଁ ବ୍ୟସ୍ତ ହୁଅ ନାହିଁ। ଖାଦ୍ୟପଦାର୍ଥଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ? ପୋଷାକପତ୍ରଠାରୁ ଶରୀର କ’ଣ ଅଧିକ ମୂଲ୍ୟବାନ ନୁହେଁ?


ଅତଏବ ଆସନ୍ତା କାଲି ପାଇଁ ବ୍ୟସ୍ତ ହୁଅ ନାହିଁ। କାଲିର ଚିନ୍ତା କାଲି କରିବ। ଆସନ୍ତା କାଲି ବିଷୟରେ ଚିନ୍ତା କରି ଆଜିର ବ୍ୟସ୍ତତାକୁ ବଢ଼ାଇ ଦିଅ ନାହିଁ।


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


କେତେକ ସୈନିକ ମଧ୍ୟ ତାଙ୍କୁ ପଚାରିଲେ, “ଆମର କ’ଣ ହେବ? ଆମେ କ’ଣ କରିବା?” ସେ ସେମାନଙ୍କୁ କହିଲେ, “ବଳପୂର୍ବକ କାହାଠାରୁ ଅର୍ଥ ନିଅ ନାହିଁ, ଅବା କାହା ପ୍ରତି ମିଥ୍ୟା ଦୋଷାରୋପ କର ନାହିଁ। ନିଜ ନିଜ ବେତନରେ ସନ୍ତୁଷ୍ଟ ହୁଅ।”


ସେମାନେ ତୁମ୍ଭମାନଙ୍କର ଲଜ୍ଜା ଓ କଳଙ୍କ ସ୍ୱରୂପ। ସେମାନଙ୍କ ଚୁକ୍ଷୁ କାମୁକତାରେ ପୂର୍ଣ୍ଣ। ସେମାନଙ୍କର ପାପ-କ୍ଷୁଧା କେବେ ପୂର୍ଣ୍ଣ। ସେମାନଙ୍କର ଦୁର୍ବଳମନା ଲୋକମାନଙ୍କୁ ଫାନ୍ଦରେ ପକାନ୍ତି। ଲୋଭାସକ୍ତ ହେବାରେ ସେମାନେ ଅଭ୍ୟସ୍ତ। ସେମାନେ ଈଶ୍ୱରଙ୍କ ଅଭିଶାପର ପାତ୍ର।


ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।


ଏହା ନିଶ୍ଚିତ ବୋଲି ଜାଣି ରଖ, ଯେଉଁ ଲୋକ ନୀତିହୀନ, ଅଶିଷ୍ଟ ଓ ଅତି ଲୋଭୀ (ଅତି ଲୋଭ ପ୍ରତିମା ପୂଜା ସ୍ୱରୂପ), ସେ କେବେହେଲେ ଖ୍ରୀଷ୍ଟଙ୍କର ଓ ଈଶ୍ୱରଙ୍କ ରାଜ୍ୟର ଅଂଶୀ ହେବ ନାହିଁ।


ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।


ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମ୍ଭମାନଙ୍କ ସଙ୍ଗୀ ବୋଲି ପରିଚିତ କୌଣସି ଲୋକ ଯଦି ବ୍ୟଭିଚାରୀ, ଲୋଭୀ, ପ୍ରତିମାପୂଜକ, କୁତ୍ସାରଟନାକାରୀ, ମାତାଲ୍ କିମ୍ବା ଚୋର ହୁଏ, ତେବେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବ। ଏପରି କି, ଏ ଧରଣର ଲୋକ ସହିତ ଖିଆପିଆ ମଧ୍ୟ କରିବ ନାହିଁ।


ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।


ଯଥା - ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ ଓ ନାନା ପ୍ରକାର ଦୁଷ୍କର୍ମ - ପ୍ରତାରଣା, ଅଶୋଭନୀୟ ଆଚରଣ, ଈର୍ଷା, କୁତ୍ସାରଟନା, ଅହଙ୍କାର ଓ ମୂଢ଼ତା।


ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।


ଚୋର, ଧନଲୋଭୀ, ମାତାଲ୍, କୁତ୍ସାରଟନାକାରୀ ଓ ଡ଼କାଏତମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ପାଇବେ ନାହିଁ।


ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;


“ଏହି ପୃଥିବୀରେ ନିଜ ପାଇଁ ଧନ ସଞ୍ଚୟ କର ନାହିଁ। ଏଠାରେ ଘୂଣ ଲାଗି, କଳଙ୍କ ଧରି ସଞ୍ଚିତ ଧନ ନଷ୍ଟ ହୁଏ, କିମ୍ବା ଚୋରମାନେ ସିନ୍ଧି କରି ଚୋରି କରନ୍ତି।


ଆମେ ନିର୍ଯ୍ୟତାତିତ ହୋଇଛୁ, କିନ୍ତୁ ଈଶ୍ୱର ଆମକୁ କେବେ ପରିତ୍ୟାଗ କରି ନାହାନ୍ତି। ଅନେକ ସମୟରେ ଆମେ ଆଘାତ ପାଇଛୁ, କିନ୍ତୁ ଧ୍ୱଂସ ହୋଇଯାଇ ନାହୁଁ।


Swiv nou:

Piblisite


Piblisite