Biblia Todo Logo
Bib sou entènèt

- Piblisite -




ଏବ୍ରୀ 13:3 - ପବିତ୍ର ବାଇବଲ (CL) NT (BSI)

3 କାରାଗାରରେ ଥିବା ଲୋକମାନଙ୍କ ସହିତ ତୁମେ ନିଜେ କାରାବାସ ଭୋଗ କରୁଥିବା ପରି ଭାବି ସେମାନଙ୍କୁ ସ୍ମରଣ କର। ଦୁଃଖ କ୍ଳେଶ ଭୋଗ କରୁଥିବା ଲୋକମାନଙ୍କ ସହିତ ସମଦୁଃଖ ଅନୁଭବ କରି ସେମାନଙ୍କୁ ସ୍ମରଣ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ଵରୂପେ ଜ୍ଞାନ କରି ପୁଣି ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।

Gade chapit la Kopi

ଓଡିଆ ବାଇବେଲ

3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।

Gade chapit la Kopi

ପବିତ୍ର ବାଇବଲ

3 ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।

Gade chapit la Kopi




ଏବ୍ରୀ 13:3
19 Referans Kwoze  

ମୁଁ ଉଲଗ୍ନ ଥିଲି, ମୋତେ ବସ୍ତ୍ର ପିନ୍ଧାଇଛ। ମୁଁ ଅସୁସ୍ଥ ଥିଲି, ମୋର ଯତ୍ନ ନେଇଛ। ମୁଁ ବନ୍ଦୀଶାଳାରେ ଥିଲି, ମୋତେ ସଙ୍ଖୁଳିବାକୁ ଆସିଛ।’


ସୁଖୀ ଲୋକମାନଙ୍କର ସହିତ ଆନନ୍ଦ କର, ଶୋକାର୍ତ୍ତମାନଙ୍କ ସହିତ ସମଦୁଃଖୀ ହୁଅ।


ଶରୀରର ଗୋଟିଏ ଅଙ୍ଗରେ ଯନ୍ତ୍ରଣା ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଯନ୍ତ୍ରଣା ଅନୁଭବ କରନ୍ତି। ଗୋଟିଏ ଅଙ୍ଗ ଗୌରବାନ୍ୱିତ ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଆନନ୍ଦର ଭାଗୀ ହୁଅନ୍ତି।


ମୁଁ ପାଉଲ ସ୍ୱାକ୍ଷର ସହ, ମୋର ଶୁଭେଚ୍ଛା ଜଣାଉଛି। ମୋର ବନ୍ଦୀ ଅବସ୍ଥାକୁ ଭୁଲି ଯିବ ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।


ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।


ମୁଁ ଅପରିଚିତ ଥିବାବେଳେ ମୋର ଆତିଥ୍ୟ କରି ନାହଁ। ମୁଁ ଉଲଗ୍ନ ଥିବାବେଳେ ବସ୍ତ୍ର ପିନ୍ଧାଇ ନାହଁ। ଅସୁସ୍ଥ ଓ ବନ୍ଦୀ ଅବସ୍ଥାରେ ଥିବାବେଳେ ମୋର ଯତ୍ନ ନେଇ ନାହଁ।’


ପାଉଲଙ୍କୁ ବନ୍ଦୀ କରି ରଖିବାକୁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ, କିନ୍ତୁ ତାଙ୍କ ପ୍ରତି କଟକଣା କୋହଳ କରି ତାଙ୍କର ପରିଚର୍ଯ୍ୟା କରିବା ପାଇଁ ତାଙ୍କ ବନ୍ଧୁମାନଙ୍କୁ ଅନୁମତି ଦେବାକୁ ସେ ନିର୍ଦ୍ଦେଶ ଦେଲେ।


ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।


ତହିଁ ଆର ଦିନ ଆମେ ସିଦୋନରେ ପହଞ୍ଚିଲୁ। ୟୁଲିୟସ୍ ପାଉଲଙ୍କ ପ୍ରତି ସଦୟ ଥିଲେ। ପାଉଲଙ୍କ ବନ୍ଧୁମାନଙ୍କଠାରୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ସବୁ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଭେଟିବା ପାଇଁ ସେ ପାଉଲଙ୍କୁ ଅନୁମତି ଦେଲେ।


ସେମାନେ ପ୍ରସ୍ତରାଘାତ ସହିଲେ, କରତରେ ଦ୍ୱିଖଣ୍ଡିତ ହେଲେ ଏବଂ ଖଡ଼୍ଗରେ ନିହତ ହେଲେ। କେହି କେହି କେଷ ଓ ଛାଗ ଚର୍ମ ପିନ୍ଧି ଦରିଦ୍ର, ଉତ୍ପୀଡ଼ିକ୍ତ ସ୍ଥାନ ନ ଥିଲା। ସେମାନେ ଶରଣାର୍ଥୀମାନଙ୍କ ପରି ମରୁଭୂମି ଓ ପର୍ବତରେ ଭ୍ରମଣ କଲେ, ଗୁମ୍ଫା ଓ ଗହ୍ନରମାନଙ୍କରେ ବାସ କଲେ।


Swiv nou:

Piblisite


Piblisite