Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:3 - ପବିତ୍ର ବାଇବଲ (CL) NT (BSI)

3 ଭାବି ଦେଖ, ସେ କେତେ ଦୁଃଖ ନ ସହିଛନ୍ତି। ସେ ପାପୀମାନଙ୍କଠାରୁ କେତେ ଲାଞ୍ଚନା ସହ୍ୟ ନ କରିଛନ୍ତି। ତେଣୁ ତୁମ୍ଭେମାନେ ନିରୁତ୍ସାହିତ ହୋଇ ଙାଙ୍ଗି ପଡ଼ି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳା; ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର।

Gade chapit la Kopi

ପବିତ୍ର ବାଇବଲ

3 ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

Gade chapit la Kopi




ଏବ୍ରୀ 12:3
46 Referans Kwoze  

ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା।


ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି।


ତୁମେ ଧୈର୍ଯ୍ୟଶୀଳ। ମୋ’ ନିମନ୍ତେ ଦୁଃଖଭୋଗ କରି ମଧ୍ୟ ହତାଶ ହୋଇ ନାହଁ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ଖ୍ରୀଷ୍ଟବିଶ୍ବାସୀ ଭାଇମାନେ, ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆହୂତ! ତୁମ୍ଭେମାନେ ଯୀଶୁଙ୍କୁ ବିଷୟ ଚିନ୍ତା କର, ସେ ଆମ୍ଭମାନଙ୍କର ଧର୍ମବିଶ୍ୱାସର ମହାଯାଜକ ହେବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ।


ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।


ଯୀଶୁ ବିଶ୍ରାମବାରରେ ଏଭଳି କାର୍ଯ୍ୟ କରୁଥିବାରୁ ଇହୁଦୀମାନେ ତାଙ୍କ ଉପରେ ନିର୍ଯ୍ୟାତନା କରିବାକୁ ଆରମ୍ଭ କଲେ।


ଈଶ୍ୱର ତାଙ୍କ ସନ୍ତାନ ସ୍ୱରୂପେ ତୁମ୍ଭମାନଙ୍କୁ ଯେଉଁ ଉତ୍ସାହବାଣୀ ଶୁଣାଉଛନ୍ତି, ତାହା କ’ଣ ତୁମ୍ଭେମାନେ ଭୁଲି ଯାଇଛ? “ହେ ମୋର ପୁତ୍ର, ଈଶ୍ୱର ତୁମକୁ ଶାସନ କଲାବେଳେ ମନୋଯୋଗୀ ହୁଅ। ସେ ତୁମକୁ ଉର୍ତ୍ସାନାକଲାବେଳେ ନିରୁତ୍ସାହ ହୁଅ ନାହିଁ।


ଥରେ ବିଶ୍ରାମବାରରେ ଯୀଶୁ ଜଣେ ନେତୃସ୍ଥାନୀୟ ଫାରୁଶୀ ଘରକୁ ଭୋଜନ କରିବାକୁ ଗଲେ ଏବଂ ଲୋକମାନେ ଯୀଶୁଙ୍କୁ ନିରୀକ୍ଷଣ କରୁଥିଲେ।


ମାତ୍ର ଭାଇମାନେ, ତୁମେ ସତ୍ କର୍ମ କରିବାରେ କ୍ଲାନ୍ତ ହୁଅ ନାହିଁ।


ଯୀଶୁ ଏ କଥା କହିବାବେଳେ ଜଣେ ପ୍ରହରୀ ତାଙ୍କୁ ଚାପୁଡ଼ା ମାରି କହିଲା: “ତୋର ଏଡ଼େ ସାହସ! ପ୍ରଧାନ ଯାଜକଙ୍କୁ ଏମିତି କହୁଛୁ?”


ସେମାନେ ତାଙ୍କୁ କହିଲେ, “ବର୍ତ୍ତମାନ ଆମ ଠିକ୍ ଜାଣୁଛୁ ଯେ, ତୁମକୁ ଭୂତ ଧରିଛି। ଅବ୍ରାହାମ ଓ ଭାବବାଦୀମାନେ ସମସ୍ତେ ମରିଛନ୍ତି; ଆଉ ତୁମେ କହୁଛ, ଯିଏ ତୁମ ଉପଦେଶ ପାଳନ କରିବ, ସେ କେବେ ମରିବ ନାହିଁ।


ଏହା ଶୁଣି ସେମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ। କିନ୍ତୁ ଯୀଶୁ ସମସ୍ତଙ୍କ ଅଗୋଚରରେ ମନ୍ଦିର ଛାଡ଼ି ଚାଲିଗଲେ।


ଫାରୂଶୀମାନେ ତାଙ୍କୁ କହିଲେ, "ବର୍ତ୍ତମାନ ତୁମେ ନିଜ ପାଇଁ ସାକ୍ଷ୍ୟ ଦେଉଛି। ତେଣୁ ତୁମେ ଯାହା କହୁଛ, ତାହା ପ୍ରକୃତ ପ୍ରମାଣ ନୁହେଁ।”


ଲୋକମାନେ ତାଙ୍କ ସମ୍ପର୍କରେ ତୁନି ତୁନିତ୍ଥକଥାବାର୍ତ୍ତା ହେଉଥିଲେ। କେତେକ କହିଲେ, “ସେ ଜଣେ ଉତ୍ତମ ଲୋକ।” ଅନ୍ୟମାନେ କହିଲେ, “ନା, ସେ ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି।”


ଫାରୁଶୀମାନେ ଏହିସବୁ ଶୁଣିବା ପରେ ଯୀଶୁଙ୍କୁ ବିଦ୍ରୂପ କଲେ, କାରଣ ସେମାନେ ଧନ ପ୍ରତି ଆସକ୍ତ ଥିଲେ।


ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”


ଧର୍ମଗୁରୁ ଓ ଫାରୁଶୀମାନେ ପରସ୍ପରକୁ କୁହାକୋହି ହେଲେ, “ଏ ଲୋକ ଈଶ୍ୱର ନିନ୍ଦା କରି କଥା କହୁଛି। ସେ କିଏ? ଏକମାତ୍ର ଈଶ୍ୱର ହିଁ ପାପ କ୍ଷମା କରିପାରନ୍ତି।”


ଶିମିୟୋନ୍ ସେମାନଙ୍କୁ ଆଶୀର୍ବାଦ କରି ଶିଶୁର ମାତା ମରିୟମଙ୍କୁ କହିଲେ, “ଇଶ୍ରାୟେଲୀୟମାନଙ୍କ ମଧ୍ୟରୁ ଅନେକେ ବିନାଶ ପୁଣି ଅନେକଙ୍କ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଏହି ଶିଶୁ ମନୋନୀତ ହୋଇଛନ୍ତି। ସେ ଈଶ୍ୱରଙ୍କଠାରୁ ଏକ ସଙ୍କେତ ସ୍ୱରୂପ ହେବେ।


କେତେ ଜଣ ଫାରୁଶୀ ଯୀଶୁଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ଫାନ୍ଦରେ ପକାଇବା ପାଇଁ ଉପାୟ ପାଞ୍ଚିଲେ।


ତେଣୁ ସେମାନେ ତାଙ୍କୁ ଗିରଫ କରାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ଲୋକମାନଙ୍କର ଭୟରେ ସେମାନେ ତାହା କରି ପାରିଲେ ନାହିଁ, କାରଣ ଲୋକେ ଯୀଶୁଙ୍କୁ ଜଣେ ଭାବବାଦୀ ବୋଲି ମନେ କରୁଥିଲେ।


ଯୀଶୁ ମନ୍ଦିରକୁ ଫେରିଆସି ସେଠାରେ ଶିକ୍ଷା ଦେବାବେଳେ ମୁଖ୍ୟ ପୁରୋହିତ ଓ ଯିହୂଦୀନେତାମାନେ ତାଙ୍କୁ ପଚାରିଲେ, “କେଉଁ ଅଧିକାରରେ ତୁମେ ଏସବୁ କାମ କରୁଛ? ତୁମକୁ ଏ ଅଧିକାର କିଏ ଦେଲା?”


“ଆମ ପିତୃପୁରୁଷ ଯେଉଁସବୁ ଶିକ୍ଷା ଦେଇ ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ କାହିଁକି ସେସବୁ ଲଘଂନ କରୁଛନ୍ତି? ଖାଇବା ପୂର୍ବରୁ ସେମାନେ ବିଧିମତେ ହାତ ଧୋଉ ନାହାନ୍ତି।”


ଫାରୁଶୀମାନେ ଏହାଶଉଣି କହିଲେ, “ସେ ପ୍ରେତପତି ବାଆଲଜିବୂଲଠାରୁ ଶକ୍ତି ପାଇ ଭୂତ ଛଡ଼ାଉଛି।”


ଯେତେବେଳେ ମନୁଷ୍ୟ ପୁତ୍ର ଆସି ଖାଦ୍ୟପେୟ ବାରଣ କଲେ ପାହିଁ, ସମସ୍ତେ କହିଲେ, ‘ଏହି ଲୋକଟାକୁ ଦେଖ। ସେ ଗୋଟିଏ ପେଟୁ ଓ ମଦୁଆ, କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନଙ୍କ ବନ୍ଧୁ।’ ସେ ଯାହାହେଉ, ଈଶ୍ୱରଙ୍କ ବିଚାର ଯେ ଯଥାର୍ଥ, ଏହା ପରିଣାମରୁ ପ୍ରକାଶ ପାଇବ।”


ସେଠାରେ ଥିବା କେତେକ ଫାରୁଶୀ ଏ କଥା ଶୁଣି ତାଙ୍କୁ ପଚାରିଲେ, “ଆମେ ଅନ୍ଧ ବୋଲି କ’ଣ ତୁମେ ଭାବୁଛ।”


କେତେକ କହିଲେ, “ତାକୁ ଭୂତ ଲାଗିଛି। ସେ ଗୋଟିଏ ପାଗଳ, ତା’ କଥା କାହିଁକି ଶୁଣୁଛ?”


ସେ ଦୁଃଖ ଭୋଗ କରିବା ସମୟରେ ପ୍ରତିଶୋଧ ନେବାକୁ ଭୟ ଦେଖାଇ ନ ଥିଲେ; କେବଳ ନ୍ୟାୟ ବିଚାରକର୍ତ୍ତା ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ଭରସା ରଖିଥଲେ।


Swiv nou:

Piblisite


Piblisite