Biblia Todo Logo
Bib sou entènèt

- Piblisite -




ଏବ୍ରୀ 11:5 - ପବିତ୍ର ବାଇବଲ (CL) NT (BSI)

5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗରୁ ରକ୍ଷା ପାଇଥିଲେଏ। ଈଶ୍ୱର ତାଙ୍କୁ ନିଜ ନିକଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ କେହି ଆଉ ଦେଖିପାରି ନ ଥିଲେ। ଧର୍ମଶାସ୍ତ୍ରରେ ଲେଖାଅଛି ଯେ, ହନୋକ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ତାଙ୍କର ସନ୍ତୋଷଭାଜନ ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ବିଶ୍ଵାସ ଦ୍ଵାରା ହନୋକ ମୃତ୍ୟୁ ଭୋଗ ନ କରି ଅନ୍ତର୍ହିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ଵର ତାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ଵରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;

Gade chapit la Kopi

ଓଡିଆ ବାଇବେଲ

5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଅନ୍ତର୍ହିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ । ସେ ଯେ ଈଶ୍ୱରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;

Gade chapit la Kopi

ପବିତ୍ର ବାଇବଲ

5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ।

Gade chapit la Kopi




ଏବ୍ରୀ 11:5
17 Referans Kwoze  

ଆଦମଙ୍କ ଷଷ୍କ ପୁରୁଷର ବଂଶଧର ହନୋକ ବହୁ ପୂର୍ବେ ଏମାନଙ୍କ ସମ୍ବନ୍ଧରେ ଭବିଷ୍ୟତ୍ବାଣୀ ପ୍ରକାଶ କରି କହିଥିଲେ: “ପ୍ରଭୁ ସହସ୍ର ସହସ୍ର ସ୍ୱର୍ଗୀୟ ଦୂତମାନଙ୍କ ସହିତ


ବିଶ୍ୱାସ ବିନା କେହି ଈଶ୍ୱରଙ୍କ ସନ୍ତୁଷ୍ଟ କରିପାରେ ନାହିଁ, କାରଣ ଯେ ଈଶ୍ୱରଙ୍କ ନିକଟକୁ ଆସେ, ସେ ଈଶ୍ୱର ଯେ ତାଙ୍କର ଅନ୍ୱେଷଣକାରୀମାନଙ୍କର ଆଶା ପୂରଣ କରନ୍ତି, ତାହା ମଧ୍ୟ ବିଶ୍ୱାସ କରିବା ଆବଶ୍ୟକ।


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।


ଲାମେକ୍ ମେଥୁଶେଲାଙ୍କ ପୁତ୍ର, ମେଥୁଶେଲା ହନୋକଙ୍କ ପୁତ୍ର, ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲୀଲ୍‌ଙ୍କ ପୁତ୍ର, ମହାଲାଲୀଲ୍ କେନାନ୍‌ଙ୍କ ପୁତ୍ର,


ପ୍ରଭୁଙ୍କ ପ୍ରତିଶ୍ରୁତି ଅନୁସାରେ ମସୀହଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେ ନାହିଁ ବୋଲି ପବିତ୍ର ଆତ୍ମାଙ୍କଠାରୁ ନିଶ୍ଚିତ ଭରସା ପାଇଥିଲେ।


କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।


Swiv nou:

Piblisite


Piblisite