Biblia Todo Logo
Bib sou entènèt

- Piblisite -




ଏବ୍ରୀ 11:1 - ପବିତ୍ର ବାଇବଲ (CL) NT (BSI)

1 ପ୍ରତ୍ୟାଶିତ ବିଷୟ ପାଇବାର ନିଶ୍ଚିତ ବୋଧ ଓ ଅଦୃଶ୍ୟ ବିଷୟ ବାସ୍ତବତା ହୃଦୟଙ୍ଗମ କରିବା ହିଁ ବିଶ୍ୱାସ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।

Gade chapit la Kopi

ଓଡିଆ ବାଇବେଲ

1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।

Gade chapit la Kopi

ପବିତ୍ର ବାଇବଲ

1 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।

Gade chapit la Kopi




ଏବ୍ରୀ 11:1
24 Referans Kwoze  

ଆମର ଦୃଷ୍ଟି ଦୃଶ୍ୟମାନ କୌଣସି ବସ୍ତୁ ଉପରେ ନୁହେଁ, ମାତ୍ର ଅଦୃଶ୍ୟ ବସ୍ତୁ ଉପରେ ନିବନ୍ଧ, କାରଣ ଦୃଶ୍ୟମାନ ସବୁ କିଛି କ୍ଷଣସ୍ଥାୟୀ, କିନ୍ତୁ ଯାହା ଅଦୃଶ୍ୟ, ତାହା ଚିରସ୍ଥାୟୀ।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ଅତଏବ ଆସ, ଆମ୍ଭେମାନେ ଶୁଦ୍ଧ ଅନ୍ତଃକରଣ ଓ ଦୃଢ଼ ବିଶ୍ୱାସ ସହହ ଈଶ୍ୱରଙ୍କ ନିକଟକୁ ଯିବା; କାରଣ ଆମ୍ଭୋନେ ଏବେ କଳୁଷିତ ବିବେକରୁ ଶୁଚି ହୋଇଛୁ ଓ ଆମ ଶରୀର ନିର୍ମଳ ଜଳରେ ଧୌତ ହୋଇଛି


ମୋଶା ତାଙ୍କ ବିଶ୍ୱାସ ବଳରେ ରାଜାଙ୍କର କ୍ରୋଧକୁ ଭୟ ନ କରି ମିସର ଦେଶ ପରିତ୍ୟାଗ କରିଥିଲେ। ସେତେ ଯେପରି ସେ ଯିବାକୁ ବଦ୍ଧପରିକର ହୋଇଥିଲେ।


ଆମେ ଚାହୁଁ, ତୁମ୍ଭେମାନେ କେବେ ଶିଥିଳ ନ ହୋଇ ଦୃଢ଼ ବିଶ୍ୱାସୀ ଓ ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ ଅନୁସରଣ କର ଏବଂ ଈଶ୍ୱର ପ୍ରତିଜ୍ଞା କରିଥିବା ସମସ୍ତ ବିଷୟ ପ୍ରାପ୍ତ ହୁଅ।


ପଛଘୁଞ୍ଚା ଦେଇ ବିନଷ୍ଟ ହେବା ଷଳାକ ଆମେ ନୋହୁଁ। ଆମେ ଦୃଢ଼ ବିଶ୍ୱାସୀ ଓ ପରିତ୍ରାଣପ୍ରାପ୍ତ।


ବିଶ୍ୱାସ, ଭରସା ଓ ପ୍ରେମ - ଏହି ତିନୋଟି ସ୍ଥାୟୀ ବିଷୟ ମଧ୍ୟରେ ପ୍ରେମ ହିଁ ଶ୍ରେଷ୍ଠ।


ଉପରୋକ୍ତ ବ୍ୟକ୍ତିମାନେ ନିଜ ବିଶ୍ୱାସରେ ଅଟଳ ରହି ପ୍ରାଣ ତୃାଗ କଲେ। ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟସବୁ ସେମାନେ ପାଇ ନ ପାରିଲେ ସୁଦ୍ଧା ସ୍ମଦୂରରେ ତାହା ଦେଖି ସ୍ୱାଗତ କରିଥିଲେ ଏବଂ ଏହି ଜଗତରେ ସେମାନେ କେବଳ ବିଦେଶୀ ଓ ଶରଣାର୍ଥୀ ବୋଲି ସ୍ୱୀକାର କରିଥିଲେ।


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।


ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।


ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।


ଅବଶ୍ୟ ବର୍ତ୍ତମାନ ମୁଁ ଯାହା କହୁଛି, ସେଥପାଇଁ ଈଶ୍ୱର ମୋତେ ନିର୍ଦ୍ଦେଶ ଦେଇ ନାହାଁନ୍ତି। କାରଣ ଦର୍ପ କରିବା ବିଷୟରେ ମୁଁ ପ୍ରକୃତରେ ନିର୍ବୋଧ ପରି କଥା କହୁଛି।


ମାସିଦୋନିଆର ଲୋକମାନେ ମୋ’ ଯାଇ ଯଦି ତୁମ୍ଭମାନଙ୍କୁ ଅପ୍ରସ୍ଥୁତ ଦେଖିବେ; ତେବେ ତୁମ୍ଭମାନଙ୍କ ଉପରେ ଦୃଢ଼ ଆସ୍ଥା ଥିବା ହେତୁ ଆମେ ଲଜ୍ଜାଜନକ ହେବ।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


Swiv nou:

Piblisite


Piblisite