Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:5 - ପବିତ୍ର ବାଇବଲ (CL) NT (BSI)

5 ସେଥିପାଇଁ ଖୀଷ୍ଟ ଜଗତକୁ ଆସିବା ପୂର୍ବରୁ ଈଶ୍ୱରଙ୍କୁ କହିଥିଲେ: “ବଳିଦାନ ଓ ନୈବେଦ୍ୟରେ ତୁମେ ସନ୍ତୁଷ୍ଟ ନୁହଁ, କିନ୍ତୁ ତୁମେ ମୋ’ ନମନ୍ତେ ଏକ ଶରୀର ପ୍ରସ୍ତୁତ କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;

Gade chapit la Kopi

ଓଡିଆ ବାଇବେଲ

5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ' ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;

Gade chapit la Kopi

ପବିତ୍ର ବାଇବଲ

5 ଅତଏବ ଯେତେବେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ: “ତୁମ୍ଭେ ବଳି ଓ ସମର୍ପଣ ଗ୍ଭହଁ ନାହିଁ, କିନ୍ତୁ ତୁମ୍ଭେ ମୋ’ ପାଇଁ ଶରୀରଟିଏ ନିର୍ମାଣ କରିଛ,

Gade chapit la Kopi




ଏବ୍ରୀ 10:5
26 Referans Kwoze  

ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


କିନ୍ତୁ ଈଶ୍ୱର ତାଙ୍କ ପ୍ରଥମଜାତ ପୁତ୍ରଙ୍କୁ ଏହି ଜଗତକୁ ପଠାଇଲା ବେଳେ ଏହା କହିଥିଲେ, “ଈଶ୍ୱରଙ୍କ ଦୂତଗଣ ତାଙ୍କପର ପୂଜା କରିବେ।”


ତେଣୁ ମୁଁ କହିଲି, ‘ହେଈଶ୍ୱର, ମୋ’ ସମନ୍ଧରେ ବ୍ୟବସ୍ଥା ପସ୍ତକରେ ଯେପରି ଲିଖିତ ଅଛି, ମୁଁ ସେହି ପ୍ରକାରେ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ ଅଛି।”


ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।


ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।


ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।


ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!


ପ୍ରତ୍ୟେକମହାଯାଜକ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ପ୍ରଶୁବଳି ଉତ୍ସର୍ଗ କରିବାକୁ ନିଯୁକ୍ତ ହାଇଥାନ୍ତି। ତେଣୁ ଆମର ମହାଯାଜକ ମଧ୍ୟ ସେପରି କିଛି ନୈବେଦ୍ୟ ଉତ୍ସର୍ଗ କରିବା ଆବଶ୍ୟକ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।


ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।


ସେମାନେ ଯାଇ ଯୀଶୁଙ୍କୁ ପଚାରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହିଲେ, ଆପଣ କ’ଣ ସେହି? ନା, ଆମେ ଅନ୍ୟ କାହାର ଅପେକ୍ଷାରେ ରହିବୁ?”


ଓ ଏହି କଥା ପଚାରିବା ପାଇଁ ପ୍ରଭୁଙ୍କ ପାଖକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, ନା ଆମେ ଆଉ କାହାର ଅପେକ୍ଷାରେ ରହିବା?”


ଯେଉଁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାଙ୍କ ନିକଟରେ ଯୀଶୁ ଇହଜୀବନରେ ଅର୍ତ୍ତନାଦ କରି ଅଶୁ ଜଳ ଢାଳି ବିନତିପୂର୍ବକ ପ୍ରାର୍ଥନା କରିଥିଲେ। ସେ ନମ୍ର ଓ ଅନ୍ତରକ୍ତ ହୋଇଥିବାରୁ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଥିଲେ।


ପ୍ରଥମେ ସେ କହିଥିଲେ, “ତୁମେ ମନୁଷ୍ୟରେ ପାପ ମୋଚନ ପାଇଁ ବଳିଦା ବା ନୈବେଦ୍ୟ କିମ୍ବା ବେଦୀ ଉପରେ ହୋବଳି ଚାହଁ ନାହିଁ; ସେ ସମସ୍ତ ତୁମକୁ ସନ୍ତୁଷ୍ଟ କରିପାରେ ନାହିଁ।” ଏହିସବୁ ବଳିଦାନ ବ୍ୟବସ୍ଥା ଅନୁଯାୟୀ କରାଯାଉଥିଲେ ସୁଦ୍ଧା ସେ ଏହିପରି କହିଥିଲେ।


Swiv nou:

Piblisite


Piblisite