Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:11 - ପବିତ୍ର ବାଇବଲ (CL) NT (BSI)

11 ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରି ପାରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହି ସବୁ କେବେ ପାପ ହରଣ କରି ପାରେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

11 ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ।

Gade chapit la Kopi




ଏବ୍ରୀ 10:11
21 Referans Kwoze  

କାରଣ ବୃକ୍ଷ ଓ ଛାଗର ରକ୍ତ କଦାପି ପାପ ମୋଚନ କରିପାରେ ନାହିଁ।


ପ୍ରତ୍ୟେକ ମହାଯାଜକ ସ୍ୱଜାତୀୟ ଲୋକମାନଙ୍କ ମଧ୍ୟରୁ ମନୋନୀତ ଓ ନିଯୁକ୍ତ ହୁଅନ୍ତି। ସେ ସେମାନଙ୍କ ପକ୍ଷରୁ ପାପ ମୋଚନ ପାଇଁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରି ଈଶ୍ୱରଙ୍କ ସେବା କରନ୍ତି।


ସେ ଅନ୍ୟାନ୍ୟ ମହାଯାଜକଙ୍କ ସଦୃଶ ନୁହଁନ୍ତି; ସେମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ଦିମନ୍ତେ ପ୍ରତିଦିନ ବଳି ଉତ୍ସର୍ଗ କରିବାକୁ ପଢ଼େ ନାହିଁ। ସେ ନିଜକୁ ଉତ୍ସର୍ଗ କରି ଏକାଥରକେ ଏକ ଅନନ୍ୟ ବଳିଦାନ ସାଧନ କରିଛନ୍ତି।


ଇହୁଦୀୟ ବ୍ୟବସ୍ଥା ବାସ୍ତବ ବିଷୟର ଏକ ପୂର୍ଣ୍ଣଙ୍ଗ ଓ ଅବିକଳ ଚିତ୍ର ନୁହେଁ, ଏହା ଆଗାମୀ ଉତ୍କୃଷ୍ଟ ବିଷୟର ଏକ ଅସ୍ପଷ୍ଟ ସୂଚନା ମାତ୍ର। ସର୍ବଦା ବର୍ଷକୁ ବର୍ଷ ସେହି ଏକ ପ୍ରକାରେ ବଳିଦାନ ଉତ୍ସର୍ଗ କରାଯାଉଛି। ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ବ୍ୟବସ୍ଥାର ସେହିସବୁ ବଳିଦାନ ଦ୍ୱାରା ସେମାନେ କଅଣ ସଦ୍ଧ ହୋଇ ପାରୁଛନ୍ତି?


ସେ ଯେଉଁ ମହାପବିତ୍ର ସ୍ଥାନରେ ସ୍ଥାପିତ ତମ୍ବୁ ତଳେ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି, ତାହା ମନୁଷ୍ୟ ଦ୍ୱାରା ନିର୍ମିତ ନୁହେଁ, ତାହାକୁ ଈଶ୍ୱର ସ୍ଥାପନ କରିଛନ୍ତି।


ସେ ଯଦି ଇହଜଗତରେ ଥାଅନ୍ତେ, ତେବେ ସେ ଆଦୌ ଯାଜକ ହୋଇପାରି ନ ଥାନ୍ତି, କାରଣ ଯିହୁଦୀୟ ବ୍ୟବସ୍ଥା ଅନସାରେ ବଳି ଉତ୍ସର୍ଗ କରିବାକୁ ଯାଜକମାନେ ଅଛନ୍ତି।।


Swiv nou:

Piblisite


Piblisite