Biblia Todo Logo
Bib sou entènèt

- Piblisite -




ଏବ୍ରୀ 1:1 - ପବିତ୍ର ବାଇବଲ (CL) NT (BSI)

1 ଅତୀତରେ ଈଶ୍ୱର ବିଭିନ୍ନ ସମୟରେ ଓ ବିଭିନ୍ନ ଉପାୟରେ ଭାବବାଦୀମାନଙ୍କ ଦ୍ୱାରା ଆମ ପିତୃପୁରୁଷମାନଙ୍କୁ ବାର୍ତ୍ତା ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଈଶ୍ଵର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ଵାରା ପିତୃପୁରୁଷମାନଙ୍କୁ କଥା କହି

Gade chapit la Kopi

ଓଡିଆ ବାଇବେଲ

1 ଈଶ୍ୱର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି,

Gade chapit la Kopi

ପବିତ୍ର ବାଇବଲ

1 ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ।

Gade chapit la Kopi




ଏବ୍ରୀ 1:1
35 Referans Kwoze  

ଯୀଶୁ, ମୋଶଶଙ୍କ ପୁସ୍ତକ ଓ ଅନ୍ୟାନ୍ୟ ଭାବବାଦୀମାନଙ୍କ ଦ୍ୱାରା ଲିଖିତ ଭାବବାଣୀଠାରୁ ଆରମ୍ଭ କରି ସମୁଦାୟ ଧର୍ମଶାସ୍ତ୍ରରେ ତାଙ୍କ ବିଷୟରେ ଯାହା ଯାହା ଉଲ୍ଲେଖ ଥିଲା, ସେସବୁ ସେମାନଙ୍କୁ ବୁଝାଇଦେଲେ।


ସେ ଜଣେ ଭାବବାଦୀ ଥିଲେ, ତେଣୁ ତାଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା କଥା ଜାଣିଥିଲେ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣକୁ ରାଜା କରିବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।


ସେ ଚିରକାଳ ପାଇଁ ଅବ୍ରାହାମ ଓ ତାଙ୍କର ସମସ୍ତ ବଂଶଧରମାନଙ୍କୁ କୃପା ପ୍ରଦର୍ଶନ କରିବାକୁ ଭୁଲି ନାହାନ୍ତି!”


ପୁଣି ଆମେ ଏଠାରେ ତୁମ୍ଭମାନଙ୍କୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ଉପସ୍ଥିତ। ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ରକ୍ଷା କରିଛନ୍ତି। ସେମାନଙ୍କ ବଂଶଧର ଆମ ପାଇଁ ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ୱାରା ସେ ତାହା ସାଧନ କରିଛନ୍ତି। ଗୀତସଂହିତାର ଦ୍ୱିତୀୟ ଗୀତରେ ଏ କଥାକୁ ଉପଲକ୍ଷ୍ୟ କରି ଲେଖାଯାଇଛି: ‘ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହୋଇଛି’


ଆମ ପୂର୍ବପୁରୁଷମାନଙ୍କୁ ସ୍ୱର୍ଗଦୂତମାନେ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି, ଯେଉଁମାନେ ତାହାକୁ ଅବଜ୍ଞା କରି ପାଳନ କରି ନାହାଁନ୍ତି, ସେମାନେ ସୁମୁଚିତ ଦଣ୍ଡ ପାଇଛନ୍ତି।


ସେ କହିଥିଲେ, ଆମ ପୂର୍ବପୁରୁଷମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବେ ଏବଂ ତାଙ୍କ ପବିତ୍ର ନିୟମ ସେ ସଦା ସ୍ମରଣ କରୁଥିବେ।


ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ଆମେ ଜାଣୁ, ଈଶ୍ୱର ମୋଶାଙ୍କ ସହିତ କଥାବର୍ତ୍ତା କରିଥିଲେ। କିନ୍ତୁ ସେହି ଲୋକ କେଉଁଠାରୁ ଆସିଛି, ତା’ ମଧ୍ୟ ଆମେ ଜାଣୁନା।”


ତୁମ ପୁତ୍ରମାନଙ୍କ ସୁନ୍ନତ କରାଇବା ଲାଗି ମୋଶା ଆଦେଶ ଦେଇଥିଲେ। (ଅବଶ୍ୟ ମୋଶା ଏହି ପ୍ରଥା ଆରମ୍ଭ କରି ନ ଥିଲେ; ତୁମ ପୂର୍ବପୁରୁଷମାନଙ୍କ ସମୟରୁ ଏହା ଚଳି ଆସୁଥିଲା।) ବିଶ୍ରାମବାରରେ ମଧ୍ୟ ତୁମେ ସେହି ସୁନ୍ନତ କାର୍ଯ୍ୟ କରାଉଛ, କିନ୍ତୁ ତଦ୍ଦ୍ୱାରା ଯେ ବିଶ୍ରାମବାର ନିୟମ ଲଙ୍ଘନ କରୁଛ, ଏହା ମନେ କରୁ ନାହିଁ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


କିନ୍ତୁ ସତ୍ୟମୟ ଆତ୍ମା ଆସିଲେ, ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ। ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି, କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି, ସେ ତୁମ୍ଭମାନଙ୍କୁ ଜଣାଇବେ।


ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ।


ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।


ସେବକ ଭାବରେ ମୋଶା ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତଭାବେ କାର୍ଯ୍ୟ କରିଥିଲେ ଏବଂ ଯେଉଁସବୁ ବିଷୟ ଈଶ୍ୱର ଭବିଷ୍ୟତରେ ଜଣାଇବାକୁ ଇଚ୍ଛା କରିଥିଲେ, ସେ ସର୍ମ୍ପକରେ ମୋଶା ସୂଚନା ଦେଇଥିଲେ।


ଯଦି ଯିହୋଶୂୟ ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଦେଇ ପାରିଥାନ୍ତେ, ତେବେ ଈଶ୍ୱର ପରେ ଅନ୍ୟ ଏକ ଦିନ କଥା ଉଲ୍ଲେଖ କରି ନ ଥା’ନ୍ତେ।


ସେହିପରି ମହାଯାଜକ ପଦରେ ସମ୍ମାନିତ ହେବାକୁ ଖ୍ରୀଷ୍ଟ ନିଜକୁ ନିଯୁକ୍ତ କରି ନ ଥିଲେ। ବରଂ ଈଶ୍ୱର ତାଙ୍କୁ କହିଥିଲେ, “ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହେଲି।”


ପ୍ରଥମେ ମୋଶା ବ୍ୟବସ୍ଥାର ଆଜ୍ଞାମାନ ଲୋକମାନଙ୍କ ନିକଟରେ ଘୋଷଣା କଲେ। ତତ୍ପରେ ସେ ବୃକ୍ଷ ଓ ଛାଗର ରକ୍ତ ଜଳ ସହିତ ମିଶାଇ ଏସୋବ ଡାଳ ଓ କିଛି ଲୋହିତ ବର୍ଣ୍ଣର ମେଷ ଲୋମ ଦ୍ୱାରା ବ୍ୟବସ୍ଥା ପୁସ୍ତକ ଓ ଲୋକମାନଙ୍କ ଉପରେ ସେଚନ କଲେ।


ପୁରାକାଳର ଲୋକମାନେ ସେମାନଙ୍କ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତୋଷଭାଜନ ହୋଇଥିଲେ।


ଈଶ୍ୱର ତାଙ୍କୁ କହିଥିଲେ, “ମୁଁ ତୁମକୁ ଯେଉଁ ବଂଶଧର ଦେବି ବୋଲି ପ୍ରତିଶ୍ରଚତି ଦେଇଛି, ତାହା ଇସାହାକଙ୍କଠାରୁ ହିଁ ଉତ୍ପନ୍ନ ହେବ।”


ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?


Swiv nou:

Piblisite


Piblisite