Biblia Todo Logo
Bib sou entènèt

- Piblisite -




ଗାଲାତୀୟ 6:8 - ପବିତ୍ର ବାଇବଲ (CL) NT (BSI)

8 ଯିଏ ପ୍ରାକୃତିକ ଲାଳସା କ୍ଷେତ୍ରରେ ବୀଜ ବୁଣେ, ସେ ମୃତ୍ୟୁରୂପ ଫସଲ ଅମଳ କରିବ। ଯଦି ସେ ପବିତ୍ର ଆତ୍ମାଙ୍କ କ୍ଷେତ୍ରରେ ବୁଣିବ, ତେବେ ଅନନ୍ତ ଜୀବନରୂପ ଫସଲ ଅମଳ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନ; ଜୀବନରୂପ ଶସ୍ୟ କାଟିବ।

Gade chapit la Kopi

ଓଡିଆ ବାଇବେଲ

8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ।

Gade chapit la Kopi

ପବିତ୍ର ବାଇବଲ

8 ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ।

Gade chapit la Kopi




ଗାଲାତୀୟ 6:8
31 Referans Kwoze  

କିନ୍ତୁ ଯଦି ପବିତ୍ରଆତ୍ମାଙ୍କ ସାହାଯ୍ୟରେ ନିଜ ପାପ ପ୍ରବୃତ୍ତିକୁ ବିନଷ୍ଟ କରି ଆଉ ପାପ କାର୍ଯ୍ୟ ନ କର, ତେବେ ତୁମେ ବଞ୍ଚିବ।


ଶାନ୍ତି ସ୍ଥାପନକାରୀମାନଙ୍କ ଦ୍ୱାରା ବୁଣା ଯାଇଥିୀବା ବିହନରୁ ଧାର୍ମିକତାରୂନ ଫସଲ ଉତ୍ପାଦିତ ହୁଏ।


ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।


ଈଶ୍ୱର ପ୍ରତାରିତ ହୁଅନ୍ତି ନାହିଁ; ତାହା କରିବାକୁ ଯାଇ ନିଜେ ପ୍ରତାରିତ ହୁଅ ନାହିଁ। ଯାହା ବୁଣିବ, ଠିକ୍ ତାହା ହିଁ କାଟିବ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”


ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ -


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।


ଯେଉଁମାନେ ମୋ’ ଲାଗି ନିଜର ଘର, ଭାଇ ଭଉଣୀ, ବାପା, ମାଆ, ସନ୍ତାନସନ୍ତତି ବା ଜମିବାଡ଼ି ଛାଡ଼ିଛନ୍ତି, ସେମାନେ ତାହାର ଶହେଗୁଣ ପାଇବେ; ପୁଣି ଅନନ୍ତ ଜୀବନ ମଧ୍ୟ ଲାଭ କରିବେ।


ତାଙ୍କ ଅନୁଗ୍ରହରୁ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ, ଆମ୍ଭମାନଙ୍କ ଭରସା ଅନୁଯାୟୀ ଅନନ୍ତ ଜୀବନରେ ପ୍ରବେଶ କରିବାକୁ ସୁଯୋଗ ପାଇଛୁ।


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ସେ ଇହକାଳରେ ବହୁତ କିଛି ପାଇବ ଓ ପରକାଳରେ ଅନନ୍ତ ଜୀବନ ଲାଭ କରିବ।”


ଧରାଯାଇ ହାଣ ଖାଇବାକୁ ଯେଉଁ ପଶୁମାନଙ୍କର ଜନ୍ମ, ସେମାନଙ୍କ ପରି ଏହି ଶଠ ଶିକ୍ଷକମାନେ କେବଳ ପ୍ରବୃତ୍ତି ଦ୍ୱାରା ଚାଳିତ। ଯେଉଁ ବିଷୟ ବୁଝନ୍ତି ନାହିଁ, ତାହାକୁ ସେମାନେ ବିଦ୍ରୁପ କରନ୍ତି। କିନ୍ତୁ ସେମାନେ ବନ୍ୟପଶୁ ପରି ବିନଷ୍ଟ ହେବେ।


କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।


ଯଦି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ଆତ୍ମା ତୁମଠାରେ ବିଦ୍ୟମାନ, ତେବେ ସେହି ଆତ୍ମାଙ୍କ ସାହାଯ୍ୟରେ ଈଶ୍ୱର ତୁମ ମର ଶରୀରକୁ ମଧ୍ୟ ଜୀବନ୍ତ କରିବେ।


ମୃତମାନଙ୍କ ପୁନରୁତ୍ଥାନ ସମ୍ପର୍କରେ ମଧ୍ୟ ଏ କଥା ପ୍ରଯୁଜ୍ୟ।


Swiv nou:

Piblisite


Piblisite