Biblia Todo Logo
Bib sou entènèt

- Piblisite -




ଗାଲାତୀୟ 6:2 - ପବିତ୍ର ବାଇବଲ (CL) NT (BSI)

2 ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।

Gade chapit la Kopi

ଓଡିଆ ବାଇବେଲ

2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥା ସଫଳ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।

Gade chapit la Kopi

ପବିତ୍ର ବାଇବଲ

2 ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ।

Gade chapit la Kopi




ଗାଲାତୀୟ 6:2
25 Referans Kwoze  

ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।


ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।


“ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।


ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।


ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ଏହାଦ୍ୱାରା ସେ ଭାବବାଦୀ ଯିଶାଇୟଙ୍କ ଭବିଷ୍ୟବାଣୀକୁ ସଫଳ କଲ। ଯୀଶାଇୟ କହିଲେ, “ସେ ଆମାର ବ୍ୟାଧ୍ସବୁ ହରଣ କଲେ ଓ ଆମାକୁ ରୋଗ ମୁକ୍ତ କଲେ।”


କାରଣ ପ୍ରତ୍ୟେକଙ୍କୁ ନିଜ ନିଜର ଭାର ବହନ କରିବାକୁ ପଡ଼ିବ।


ସେହିପରି ଅଣଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାବେଳେ ଅଣଇହୁଦୀମାନଙ୍କ ପରି ବ୍ୟବସ୍ଥା ବହିର୍ଭୂତ ଆଚରଣ କରିଛି। ଏହାର ଅର୍ଥ ନୁହେଁ ଯେ, ମୁଁ ଈଶ୍ୱରଙ୍କ ବିଧିବିଧାନ ପାଳନ କରେ ନାହିଁ। ପ୍ରକୃତରେ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ଯୀଶୁ ଉତ୍ତର ଦେଲେ, “ହେ ଧର୍ମଗୁରୁମାନେ, ତୁମ ଅବସ୍ଥା କି ଶୋଚନୀୟ! ତୁମେ ଲୋକମାନଙ୍କ ପିଠିରେ ବୋଝ ଲଦି ଦିଅ, ଯାହା ବୋହିବା କଷ୍ଟକର; କିନ୍ତୁ ସେହି ବୋଝସବୁ ବୋହିବା ପାଇଁ ତୁମେ ତୁମର ଗୋଟିଏ ଅଙ୍ଗୁଳି ସୁଦ୍ଧା ଲଗାଇ ନ ଥାଅ।


କିନନ୍ତୁ ମନୁଷ୍ୟର ପରିତ୍ରାଣ ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଅଛି। ଯେ ତାହା ଶୁଣି ଭୁଲିଯାଏ ନାହିଁ ଓ ତା’ ପ୍ରତି ସର୍ବାନ୍ତଃକରଣରେ ମନୋଯୋଗୀ ହୋଇ ନିଜ ଜୀବନେ ପାଳନ କରେ, ତା’ର ସକଳ କାର୍ଯ୍ୟକୁ ଈଶ୍ୱର ଆଶୀର୍ବାଦ କରିବେ।


ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।


ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।


ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।


Swiv nou:

Piblisite


Piblisite