Biblia Todo Logo
Bib sou entènèt

- Piblisite -




ଗାଲାତୀୟ 5:3 - ପବିତ୍ର ବାଇବଲ (CL) NT (BSI)

3 ଯେଉଁ ବ୍ୟକ୍ତି ସୁନ୍ନଦ ହୁଏ, ମୁଁ ତାକୁ ପୁଣି ଥରେ ସତର୍କ କରି ଦେଉଛି ଯେ, ମୋଶାଙ୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପାଳନ କରିବା ତାହାର କର୍ତ୍ତବ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ।

Gade chapit la Kopi

ଓଡିଆ ବାଇବେଲ

3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ।

Gade chapit la Kopi

ପବିତ୍ର ବାଇବଲ

3 ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା'ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ।

Gade chapit la Kopi




ଗାଲାତୀୟ 5:3
19 Referans Kwoze  

ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।


ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର


ତୁମେ ଶିକ୍ଷା ଦେଇଥାଅ ଯେ, ଜଣେ ବ୍ୟକ୍ତି ବେଦୀ ନାମରେ ଶପଥ କଲେ, ସେ ତାହା ପାଳନ କରିବାକୁ ବାଧ୍ୟ ନୁହେଁ। କିନ୍ତୁ ବେଦୀ ଉପରେ ରଖାଯାଇଥିବା ନୈବେଦ୍ୟ ନାମରେ ପ୍ରତିଜ୍ଞା କଲେ, ତାହା ଅଲଙ୍ଘନୀୟ।


ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱର ପ୍ରେରଣ କରିଥିବା ତାଙ୍କ ପୁତ୍ରଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ସର୍ମ୍ପକରେ ଆମେ ଅନ୍ୟମାନଙ୍କୁ କହୁଛୁ।


କୌଣସି ଖ୍ରୀଷ୍ଟବିଶ୍ୱାସୀ ଭାଇ ପ୍ରତି ଅନ୍ୟାୟ ଆଚରଣ କର ନାହିଁ, କିଅବା ତାହାକୁ ପ୍ରବଞ୍ଚନା କର ନାହିଁ। ଏ କଥା ଆମେ ପୂର୍ବରୁ କହିଛୁ ଏବଂ ଦୃଢ଼ ଭାବରେ ସତର୍କ କରି ଦେଇଛୁ ଯେ, ଯେଉଁମାନେ ସେପରି କରିବେ, ପ୍ରଭୁ ସେମାନଙ୍କୁ ଶାସ୍ତି ଦେବେ।


ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।


ପିତର ସେମାନଙ୍କୁ ଆବେଦନ ଜଣାଇ ଓ ନାନା ପ୍ରକାରେ ପ୍ରବର୍ତ୍ତାଇ କହିଲେ, “ଏହି ଭ୍ରଷ୍ଟାଚାରୀମାନଙ୍କ ପ୍ରତି ଆସନ୍ନ ଶାସ୍ତିରୁ ନିଜ ନିଜକୁ ରକ୍ଷା କର।”


ସେଠାରେ ମୋର ପାଞ୍ଚ ଭାଇ ଅଛନ୍ତି। ସେ ଯାଇ ସେମାନଙ୍କୁ ସତର୍କ କରାଇ ଦେଇ, ଯେପରି ସେମାନେ ଅନ୍ତତଃ ଏ ଯନ୍ତ୍ରଣାପୂର୍ଣ୍ଣ ସ୍ଥାନକୁ ଆସିବେ ନାହିଁ।’


“ଆରେ ଅନ୍ଧ ପଥ-ପ୍ରଦର୍ଶକଗଣ, ତୁମର ଦଶା କେଡ଼େ ଭୟାନକ। ତୁମେ ଶିକ୍ଷା ଦେଇଥାଅ, କେହି ମନ୍ଦିର ନାମରେ ଶପଥ କଲେ, ତା’ ସେ ପାଳନ କରିବାକୁ ବାଧ୍ୟ ନୁହେଁ; କିନ୍ତୁ ମନ୍ଦିରରେ ଥିବା ସୁବର୍ଣ୍ଣ ନାମରେ ଯେ ପ୍ରତିଜ୍ଞା କରେ, ତାକୁ ତା’ ପାଳନ କରିବାକୁ ପଡ଼ିବ।


ଯିହୁଦାରୁ କେତେକ ଲୋକ ଆଣ୍ଟିୟୋଖକୁ ଆସି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନେ ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବେ ନାହିଁ ବୋଲି ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ।


ମୁଁ ପାଉଲ, ଯାହା କହୁଅଛି ଶୁଣ; ତୁମ୍ଭେମାନେ ଯଦି ସୁନ୍ନତ ବିଧି ପାଳନ କର, ତା’ର ଅର୍ଥ ହେବ, ତୁମ୍ଭମାନଙ୍କ ପାଇଁ ଖ୍ରୀଷ୍ଟଙ୍କର କୌଣସି ପ୍ରୟୋଜନ ନାହିଁ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


Swiv nou:

Piblisite


Piblisite