Biblia Todo Logo
Bib sou entènèt

- Piblisite -




ଗାଲାତୀୟ 5:21 - ପବିତ୍ର ବାଇବଲ (CL) NT (BSI)

21 ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ଵରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

21 ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ।

Gade chapit la Kopi




ଗାଲାତୀୟ 5:21
19 Referans Kwoze  

ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା।


କିନ୍ତୁ ଯଦି ପବିତ୍ରଆତ୍ମାଙ୍କ ସାହାଯ୍ୟରେ ନିଜ ପାପ ପ୍ରବୃତ୍ତିକୁ ବିନଷ୍ଟ କରି ଆଉ ପାପ କାର୍ଯ୍ୟ ନ କର, ତେବେ ତୁମେ ବଞ୍ଚିବ।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମ୍ଭମାନଙ୍କ ସଙ୍ଗୀ ବୋଲି ପରିଚିତ କୌଣସି ଲୋକ ଯଦି ବ୍ୟଭିଚାରୀ, ଲୋଭୀ, ପ୍ରତିମାପୂଜକ, କୁତ୍ସାରଟନାକାରୀ, ମାତାଲ୍ କିମ୍ବା ଚୋର ହୁଏ, ତେବେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବ। ଏପରି କି, ଏ ଧରଣର ଲୋକ ସହିତ ଖିଆପିଆ ମଧ୍ୟ କରିବ ନାହିଁ।


କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।


ଅତୀତରେ ତୁମ୍ଭେମାନେ ଅଣବିଶ୍ୱାସୀମାନଙ୍କ ପରି କାର୍ଯ୍ୟ କରି ବହୁ ସମୟ ବିତାଇଛ। ତୁମ୍ଭମାନଙ୍କର ଜୀବନ ଅଶକଳୀଳତା, କାମୁକତା, ମଦ୍ୟପାନ, ରଙ୍ଗରସ ମତ୍ତତା ଓ ଘୃଣା ପ୍ରତିମା ପୂଜାରେ କଟି ଯାଇଛି।


ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ଲୋକମାନେ ରାତ୍ରି ସମୟରେ ନିଦ୍ରା ଯାଆନ୍ତି; ରାତ୍ରିରେ ସେମାନେ ସୁରା ପାନ କରି ମାତାଲ ହୁଅନ୍ତି।


ସୁତରାଂ ଭାଇମାନେ, ମୁଁ ତୁମ୍ଭମାନଙ୍କୁ କହିବାକୁ ଚାହେଁ ଯେ, ରକ୍ତ ମାଂସ ଶରୀର ଧରି ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବା ନାହିଁ, କାରଣ ନଶ୍ୱର ବସ୍ତୁ ଅବିନଶ୍ୱରତା ଲାଭ କରିପାରେ ନାହିଁ।


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


“ତୁମ୍ଭେମାନେ ସତର୍କ ଥାଅ। ଅତି ମାତ୍ରାରେ ଆନନ୍ଦ ଉତ୍ସବ ଓ ମଦ୍ୟ ପାନରେ ନିମଜ୍ଜିତ ହୁଅ ନାହିଁ, କିଅବା ଜୀବନରେ ନାନା ଚିନ୍ତାରେ ଭାରଗ୍ରସ୍ତ ହୁଅ ନାହିଁ, କାରଣ ସେହି ଅନ୍ତିମ ଦିନଟି


ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।


ତୁମ୍ଭମାନଙ୍କର କ’ଣ ସ୍ମରଣ ନାହିଁ? ମୁଁ ତୁମ ସଙ୍ଗରେ ଥିବାବେଳେ ତୁମ୍ଭମାନଙ୍କୁ ଏ ସବୁ ବିଷୟ କହିଥିଲି।


Swiv nou:

Piblisite


Piblisite