Biblia Todo Logo
Bib sou entènèt

- Piblisite -




ଗାଲାତୀୟ 5:11 - ପବିତ୍ର ବାଇବଲ (CL) NT (BSI)

11 କିନ୍ତୁ ଭାଇମାନେ, ମୁଁ ଯଦି ଆଜିଯାଏ ସୁନ୍ନତର ପ୍ରୟୋଜନୀୟତା ସପକ୍ଷରେ ପ୍ରଚାର କରୁଥାଏ, ତେବେ ମୁଁ ଏବେ ମଧ୍ୟ କାହିଁକି ନିର୍ଯ୍ୟାତିତ ହେଉଛି? ଯଦି ମୁଁ ତାହା କରୁଥାଏ, ତାହାହେଲେ ସେଥି ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ପ୍ରଚାର କରିବା ଦ୍ୱାରା ମୋର କିଛି ଅସୁବିଧା ହୋଇ ନ ଥାଆନ୍ତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି ? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏଁ ତାଡ଼ନା ଭୋଗ କରୁଅଛି? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

11 ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା'ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା'ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା।

Gade chapit la Kopi




ଗାଲାତୀୟ 5:11
17 Referans Kwoze  

କିନ୍ତୁ ଆମେ କ୍ରୁଶବିଦ୍ଧ ଯୀଶୁଙ୍କୁ ପ୍ରଚାର କରୁଛୁ। ଏହା ଇହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ଅଣଇହୁଦୀମାନଙ୍କ ଦୃଷ୍ଟିରେ ନିର୍ବୋଧତା ହୋଇପରେ;


ଯେଉଁମାନେ ବାହ୍ୟିକ ବିଷୟରେ ଦେଖେଇ ହୁଅନ୍ତି ଓ ବଡ଼ାଇ କରନ୍ତି, ସେମାନେ ହିଁ ତୁମ୍ଭମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ନିର୍ଯ୍ୟାତନା ଭୋଗ ନ କରିବା ଉଦ୍ଦେଶ୍ୟରେ ସେମାନେ ଏହା କରୁଅଛନ୍ତି।


ଦିନେ ସ୍ୱାଭାବିକଭାବେ ଜନ୍ମ ଗ୍ରହଣ କରିଥିବା ପୁତ୍ର ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କଠାରୁ ଜନ୍ମ ଗ୍ରହଣ କରିଥିବା ପୁତ୍ରକୁ ଉତ୍ପୀଡ଼ନ କରିଥିଲା।


ମୋ’ ସଙ୍ଗୀ ତିତସ ଜଣେ ଗ୍ରୀକ୍ ଲୋକ ହୋଇଥିଲେ ହେଁ, ତାଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲା।


ପୁଣି ଆମେ ବା କାହିଁକି ପ୍ରତି ମୁହୂର୍ତ୍ତ ବିପଦ ଆପଦର ସମ୍ମୁଖୀନ ହେଉଛୁ?


ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।


ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।


ବିନଷ୍ଟ ହେବାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ରୁଶର ବାର୍ତ୍ତା ନିର୍ବୋଧତା। କିନ୍ତୁ ଆମ୍ଭମାନଙ୍କ ପରି ପରିତ୍ରାଣପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଈଶ୍ୱରଙ୍କ ଶକ୍ତି।


ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”


ପାଉଲ ତାଙ୍କ ସହିତ ତୀମଥିଙ୍କୁ ନେବା ପାଇଁ ଚାହିଁଲେ, ତେଣୁ ତାଙ୍କୁ ସୁନ୍ନତ କଲେ। ଏହା କରିବାର କାରଣ, ତୀମଥିଙ୍କ ପିତା ଗ୍ରୀକ୍ ଲୋକ ଥିଲେ ବୋଲି ସେହି ସ୍ଥାନମାନଙ୍କରେ ବାସ କରୁଥିବା ଇହୁଦୀମାନେ ଜାଣିଥିଲେ।


ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ ଉପରେ ଏହି ମନ୍ତ୍ର ପ୍ରୟୋଗ କରିଛି? କ୍ରୁଶ ଉପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବିବରଣୀ ଅତି ସ୍ପଷ୍ଟ ଭାବରେ ତୁମ ନିକଟରେ ପ୍ରକାଶ କରାଯାଇଛି।


Swiv nou:

Piblisite


Piblisite