Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ଏବେ ଈଶ୍ଵରଙ୍କ ପରିଚୟ ପାଇଅଛ; ବରଞ୍ଚ ଈଶ୍ଵରଙ୍କ ଦ୍ଵାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହିସବୁର ଦାସ ହେବାକୁ ଇଚ୍ଛା କରୁଅଛ?

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ; ବରଂ ଈଶ୍ୱରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?

Gade chapit la Kopi

ପବିତ୍ର ବାଇବଲ

9 କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର?

Gade chapit la Kopi




ଗାଲାତୀୟ 4:9
30 Referans Kwoze  

ଯେ କେହି ଈଶ୍ୱରଙ୍କୁ ପ୍ରେମ କରେ, ସେହି କେବଳ ତାଙ୍କର ପରିଚିତ ଲୋକ ହୁଏ।


ତୁମ୍ଭେମାନେ ଏଡ଼େ ବିଚାରହୀନ ହୋଇ ପାରୁଛ କିପରି? ପରମାତ୍ମାଙ୍କ ଶକ୍ତିରେ ତୁମେ ଯେଉଁ ଜୀବନ ଆରମ୍ଭ କରିଛ, ନିଜ ଶକ୍ତିରେ କ’ଣ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛ?


ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


ସୁତରାଂ ପୁରାତନ ବ୍ୟବସ୍ଥା ଶକ୍ତିହୀନ ଏବଂ ଅଦରକାରୀ ହେବାରୁ ତାହାକୁ ରଦ୍ଦ କରାଗଲା।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ମୁଁ ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରେ ଓ ଗୌରବମୟ ପିତା, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଯେପରି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ସେହି ଆତ୍ମା ତୁମ୍ଭମାନଙ୍କୁ ଜ୍ଞାନବାନ କରିବେ ଓ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ। ତାହାହେଲେ, ତୁମ୍ଭେମାନେ ତାଙ୍କୁ ଜାଣିପାରିବ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ବର୍ତ୍ତମାନ ଆମେ ଯାହା ଦେଖୁଛୁ, ତାହା ଦର୍ପଣରେ ଦେଖାଯାଉଥିବା ଅସ୍ପଷ୍ଟ ପ୍ରତିବିମ୍ବ ପରି। କିନ୍ତୁ ଦିନ ଆସିବ, ଯେତେବେଳେ ତାହା ଆମେ ମୁହାଁମୁହିଁ ହୋଇ ଦେଖିବା। ବର୍ତ୍ତମାନ ମୁଁ ଯାହା ଜାଣୁଛି, ତାହା କେବଳ ଆଂଶିକ। ଈଶ୍ୱର ମୋତେ ସମ୍ପୂର୍ଣ୍ଣଭାବେ ଜାଣିଲା ପରି ସେତେବେଳେ ମୋର ଜ୍ଞାନ ମଧ୍ୟ ସମ୍ପୂର୍ଣ୍ଣ ହେବ।


ଯେଉଁମାନଙ୍କୁ ଈଶ୍ୱର ମନୋନୀତ କରିଛନ୍ତି, ସେମାନଙ୍କୁ ତାଙ୍କ ପୁତ୍ରଙ୍କ ଅନୁରୂପ ହେବା ପାଇଁ ଆଗରୁ ନିରୂପଣ କରିଛନ୍ତି ତାହାହେଲେ, ଈଶ୍ୱରଙ୍କ ପୁତ୍ର ସେମାନଙ୍କର ଅଗ୍ରଜ ହେବେ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ମୋ’ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି।


ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ,


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।


କେହି ତୁମ୍ଭମାନଙ୍କ ଉପରେ ପ୍ରଭୁତ୍ୱ ପିସ୍ତାର କଲେ, ତୁମ୍ଭମାନଙ୍କର ସର୍ବସ୍ୱ ଗ୍ରାସ କଲେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇଲେ, ତୁମ୍ଭମାନଙ୍କୁ ଙୃଣା କଲେ, ଏପରି କି ତୁମ୍ଭ ଗାଲରେ ଚାପୁଡ଼ା କରିଥାଅ।


ଠିକ୍ ସେହିପରି ଆମେ ମଧ୍ୟ ଆଧ୍ୟାତ୍ମିକଭାବେ ପ୍ରାପ୍ତବୟସ୍କ ହେବା ପୂର୍ବରୁ, ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କର ଦାସ ଥିଲୁ।


କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।


Swiv nou:

Piblisite


Piblisite