Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:7 - ପବିତ୍ର ବାଇବଲ (CL) NT (BSI)

7 ତେଣୁ ତୁମ୍ଭେମାନେ ଆଉ କ୍ରୀତଦାସ ନୁହଁ, ପୁତ୍ର ଅଟ। ତୁମ୍ଭେମାନେ ତାଙ୍କର ପୁତ୍ର ହୋଇଥିବାରୁ, ଈଶ୍ୱର ତାଙ୍କ ପୁତ୍ରମାନଙ୍କ ପାଇଁ ଯାହା କିଛି ରଖିଅଛନ୍ତି, ସେସବୁ ତୁମ୍ଭମାନଙ୍କୁ ଦାନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି ଯଦି ପୁତ୍ର, ତେବେ ଈଶ୍ଵରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।

Gade chapit la Kopi

ଓଡିଆ ବାଇବେଲ

7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।

Gade chapit la Kopi

ପବିତ୍ର ବାଇବଲ

7 ଅତଏବ, ତୁମ୍ଭେମାନେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।

Gade chapit la Kopi




ଗାଲାତୀୟ 4:7
19 Referans Kwoze  

ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ତେଣୁ ହେ ମୋର ଭାଇମାନେ, ଆମେ କ୍ରୀତଦାସୀର ସନ୍ତାନ ନୋହୁଁ, ବିବାହିତ ସ୍ତ୍ରୀର ସନ୍ତାନ।


ଯେ ବିଜୟୀ ହୋଇ ରହିବ, ମୁଁ ତାକୁ ଏହି ପୁରସ୍କାର ଦେବି - ମୁଁ ତା’ର ଈଶ୍ୱର ହେବି ଓ ସେ ମୋର ସନ୍ତାନ ହେବ।


“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।


Swiv nou:

Piblisite


Piblisite