Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:6 - ପବିତ୍ର ବାଇବଲ (CL) NT (BSI)

6 ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ଵର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।

Gade chapit la Kopi

ପବିତ୍ର ବାଇବଲ

6 ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ଆ‌ବ୍‌‌‌‌ବା, ପ୍ରିୟ ପିତା” ବୋଲି ଡାକନ୍ତି।

Gade chapit la Kopi




ଗାଲାତୀୟ 4:6
30 Referans Kwoze  

ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।


କାରଣ, ମୁଁ ଜାଣେ ତୁମ୍ଭମାନଙ୍କର ପ୍ରାର୍ଥନା ଓ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ମୁଁ ମୁକ୍ତି ଲାଭ କରିବି।


ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଇହୁଦୀ ଓ ଅଣଇହୁଦୀ ସମସ୍ତେ ଏକ ଆତ୍ମାରେ ପିତାଙ୍କ ସମ୍ମୁଖକୁ ଆସିବା ପାଇଁ ସକ୍ଷମ ହୋଇଛୁ।


ଏହି ଶାସ୍ତ୍ରାଂଶରେ ଉଲ୍ଲିଖିତ “ପ୍ରଭୁ” ହେଉଛନ୍ତି “ଆତ୍ମା”। ଯେଉଁଠି ପ୍ରଭୁଙ୍କ ଆତ୍ମା, ସେଇଠି ଥାଏ ସ୍ୱାଧୀନତା।


ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ପବିତ୍ର ଧର୍ମବିଶ୍ୱାସର ଭିତ୍ତି ଉପରେ ନିଜ ନିଜ ଜୀବନ ଗଠନ କରିବାରେ ଲାଗି ରୁହ।


କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନ ଗଲେ, ସେହି ‘ସହାୟକ’ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ମୁଁ ଗଲେ, ତାଙ୍କୁ ତୁମ ନିକଟକୁ ପଠାଇ ଦେବି।


ମୁଁ ମୋ’ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ।


ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”


ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ ଏପରି କୁହ: ପିତା: ତୁମର ପବିତ୍ର ନାମ ସମ୍ମାନିତ ହେଉ; ତୁମର ରାଜ୍ୟ ଆସୁ।


ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।


ସେହି ଦାନ ତୁମ୍ଭେମାନେ କେବେ ଓ କିପରି ଭାବରେ ପାଇବ, ଜାଣିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବ ପ୍ରାପ୍ତ ବିଷୟରେ ସୂଚନା ଦେଇଥିଲେ।


ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।


ଧର୍ମଶାସ୍ତ୍ରରେ ଲେଖାଅଛି: “ପ୍ରଥମେ ଆଦମ ଏକ ସଜୀବ ପ୍ରାଣୀ ରୂପେ ସୃଷ୍ଟ ହୋଇଥିଲା।” ଅନ୍ତିମ ଆଦମ ଥିଲେ, ଜୀବନ ପ୍ରଦାୟୀ ଆତ୍ମା।


ମିଷୀଆର ସୀମାରେ ପହଞ୍ଚି ବିଥିନିଆ ପ୍ରଦେଶକୁ ଯିବାକୁ ବାହାରିବାବେଳେ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।


ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ ଏ କଥା କହିଲେ- ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନେ ପରେ ଏହି ପବିତ୍ରଆତ୍ମାଙ୍କୁ ପାଇଲେ। ସେ ପର୍ଯ୍ୟନ୍ତ ଯୀଶୁ ମହିମାନ୍ୱିତ ହୋଇ ନ ଥିବାରୁ ପବିତ୍ରଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।


“ହେ ମୋର ପିତଃ! ତୁମ ପକ୍ଷରେ ସବୁ ସମ୍ଭବ। ଏହି ବ୍ୟଥାର ପାନପାତ୍ର ମୋ’ଠାରୁ ଦୂରେଇ ନିଅ। ତଥାପି ମୋର ନୁହେଁ, ତୁମର ଇଚ୍ଛା ସଫଳ ହେଉ।”


ତେଣୁ ଯେ କେହି ଆମର ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ, ସେ କେବଳ ମନୁଷ୍ୟକୁ ଉପେକ୍ଷା କରେ ନାହିଁ - ପବିତ୍ରଆତ୍ମାଦାନକାରୀ ଈଶ୍ୱରଙ୍କୁ ଅବମାନନା କରେ।


Swiv nou:

Piblisite


Piblisite