Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:18 - ପବିତ୍ର ବାଇବଲ (CL) NT (BSI)

18 ସତ୍ ଉଦ୍ଦେଶ୍ୟ ନେଇ ଆଗ୍ରହାନ୍ୱିତ ହେବା ବାଞ୍ଛନୀୟ। କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହିଥିବା ସମୟରେ ନୁହେଁ, କିନ୍ତୁ ସବୁବେଳେ ତୁମ୍ଭେମାନେ ଏହାର ସତ୍ୟତା ଉପଲବ୍ôଧ କରିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ।

Gade chapit la Kopi

ଓଡିଆ ବାଇବେଲ

18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ।

Gade chapit la Kopi

ପବିତ୍ର ବାଇବଲ

18 କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍‌‌ଯୋଗୀ ହେବା ଉଚିତ୍।

Gade chapit la Kopi




ଗାଲାତୀୟ 4:18
13 Referans Kwoze  

ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ମୁଁ ପ୍ରଥମ ଥର କାହିଁକି ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି, ତାହା ସ୍ମରଣ କର। ସେତେବେଳେ ମୁଁ ଅସୁସ୍ଥ ଥିବା ଯୋଗୁଁ ଏହା କରିଥିଲି।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, “ତୁମ ଗୃହ ପ୍ରତି ମୋର ଭକ୍ତି ମୋ’ ଭିତରେ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଛି।”


ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଥାଆନ୍ତି ବୋଲି ମୋର ଇଚ୍ଛା, ତା’ହେଲେ ହୁଏ ତ ତୁମ୍ଭମାନଙ୍କ ସମ୍ପର୍କରେ ମୋର ଅନ୍ୟ ପ୍ରକାର ଧାରଣା ହୋଇ ଥାଆନ୍ତା। ପ୍ରକୃତରେ ତୁମ୍ଭମାନଙ୍କ ନିମନ୍ତେ ମୁଁ ଅତ୍ୟନ୍ତ ଚିନ୍ତିତ।


ସେହି ଅନ୍ୟ ଲୋକମାନେ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ବୋଲି ଦେଖାଇ ହୁଅନ୍ତି। କିନ୍ତୁ ଏଥିରେ ସେମାନଙ୍କର ସତ୍ ଉଦ୍ଦେଶ୍ୟ ନାହିଁ।। ସେମାନଙ୍କର ଏକମାତ୍ର ଇଚ୍ଛା, ଯେପରି ତୁମ୍ଭେମାନେ ମୋ’ ପ୍ରତି ବିମୁଖ ହୋଇ ସେମାନଙ୍କ ପ୍ରତି ମନୋଯୋଗୀ ହୁଅ।


Swiv nou:

Piblisite


Piblisite