Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ବର୍ତ୍ତମାନ ମୁଁ ସତ୍ୟ କହି ଥିବାର କ’ଣ ତୁମ୍ଭମାନଙ୍କର ଶତ୍ରୁ ହୋଇ ଯାଇଛି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟକହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?

Gade chapit la Kopi

ଓଡିଆ ବାଇବେଲ

16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟକହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?

Gade chapit la Kopi

ପବିତ୍ର ବାଇବଲ

16 କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?

Gade chapit la Kopi




ଗାଲାତୀୟ 4:16
17 Referans Kwoze  

ତୁମ୍ଭେମାନେ ଭଲରେ ଆଗେଇ ଚାଲିଥିଲ। ସତ୍ୟପଥରେ ଚାଲିବାବେଳେ, କିଏ ତୁମ୍ଭମାନଙ୍କୁ ପ୍ରତିରୋଧ କଲା?


କିନ୍ତୁ ମୁଁ ସତ୍ୟ କହେ, ଏଥିପାଇଁ ତୁମେ ମୋତେ ବିଶ୍ୱାସ କରୁ ନାହଁ।


କିନ୍ତୁ ତୁମ୍ଭମାନଙ୍କ ପାଇଁ ସୁସମାଚାରର ସତ୍ୟକୁ ବଜାୟ ରଖିବା ପାଇଁ ଆମେ ସେହି ପ୍ରଚାରକମାନଙ୍କୁ କ୍ଷଣେ ହେଲେ ପ୍ରଶ୍ରୟ ଦେଇ ନ ଥିଲୁ।


କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।


ମୁଁ ଯେତେବେଳେ ଦେଖିଲି ଯେ, ସୁସମାଚାରର ସତ୍ୟ ଅନୁଯାୟୀ ସେମାନେ ସରଳ ଆଚରଣ କରୁ ନାହାନ୍ତି, ମୁଁ ସେମାନଙ୍କ ସମ୍ମୁଖରେ ପିତରଙ୍କୁ କହିଥିଲି, “ଯଦି ତୁମେ ଇହୁଦୀ ହୋଇ ଅଣଇହୁଦୀମାନଙ୍କ ପରି ଜୀବନ ଯାପନ କରୁଛ, ତେବେ ଇହୁଦୀମାନଙ୍କ ପରି ଜୀବନ ଯାପନ କରିବାକୁ ତୁମେ ଅଣଇହୁଦୀମାନଙ୍କୁ କିପରି ବାଧ୍ୟ କରିପାରିବ?”


ତୁମ୍ଭେମାନେ କେତେ ଆନନ୍ଦିତ ହୋଇ ନ ଥିଲ! କିନ୍ତୁ ବର୍ତ୍ତମାନ କ’ଣ ହୋଇଛି? ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଏ କଥା ଦୃଢ଼ଭାବେ କହିପାରେ ଯେ, ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ।


ସେହି ଅନ୍ୟ ଲୋକମାନେ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ବୋଲି ଦେଖାଇ ହୁଅନ୍ତି। କିନ୍ତୁ ଏଥିରେ ସେମାନଙ୍କର ସତ୍ ଉଦ୍ଦେଶ୍ୟ ନାହିଁ।। ସେମାନଙ୍କର ଏକମାତ୍ର ଇଚ୍ଛା, ଯେପରି ତୁମ୍ଭେମାନେ ମୋ’ ପ୍ରତି ବିମୁଖ ହୋଇ ସେମାନଙ୍କ ପ୍ରତି ମନୋଯୋଗୀ ହୁଅ।


Swiv nou:

Piblisite


Piblisite