Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:14 - ପବିତ୍ର ବାଇବଲ (CL) NT (BSI)

14 କିନ୍ତୁ ମୋର ଶାରୀରିକ ଅବସ୍ଥା ତୁମ୍ଭମାନଙ୍କ ପକ୍ଷରେ ବିରକ୍ତିକର ହୋଇଥିଲେ ହେଁ, ତୁମ୍ଭେମାନେ ମୋତେ ଅବଜ୍ଞା ବା ଅଗ୍ରାହ୍ୟ କରି ନ ଥିଲ, ବରଂ ମୋତେ ଏକ ସ୍ୱର୍ଗଦୂତ ରୂପେ ଗ୍ରହଣ କରିଥିଲ। ଖ୍ରୀଷ୍ଟ ଯୀଶୁଙ୍କୁ ତୁମ୍ଭେମାନେ ଯେପରି ଗ୍ରହଣ କରିଥା’ନ୍ତ, ସେହିପରିଭାବେ ମୋତେ ମଧ୍ୟ ଗ୍ରହଣ କରିଥିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ଵରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ଵରଙ୍କ ଜଣେ ଦୂତ ସ୍ଵରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ଵରୂପେ ମୋତେ ଗ୍ରହଣ କଲ।

Gade chapit la Kopi

ଓଡିଆ ବାଇବେଲ

14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ୱରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।

Gade chapit la Kopi

ପବିତ୍ର ବାଇବଲ

14 ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ।

Gade chapit la Kopi




ଗାଲାତୀୟ 4:14
23 Referans Kwoze  

“ଯିଏ ତୁମ୍ଭମାନଙ୍କୁ ସ୍ୱାଗତ କରେ, ସେ ମୋ’ ପ୍ରତି ତାହା କରେ ଏବଂ ଯିଏ ମୋର ସ୍ୱାଗତ କରେ, ସେ ମୋ’ ପ୍ରେରଣକାରୀଙ୍କ ପ୍ରତି ତାହା କରେ।


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ଏହା କରିବା ଦ୍ୱାରା କେହି କେହି ଅଜାଣତରେ ସ୍ୱର୍ଗଦୂତମାନଙ୍କର ଆତିଥ୍ୟ କରିଛନ୍ତି।


ସୁତରାଂ ଆମେ ଖ୍ରୀଷ୍ଟଙ୍କ ସପକ୍ଷରେ ଏ କଥା କହୁଛୁ। ସ୍ୱୟଂ ଈଶ୍ୱର ଆମ ସ୍ୱାରା ଏହି ଆହ୍ନାନ ଦେଇଛନ୍ତି ବୋଲି ମନେ କରିବାକୁ ହେବ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ବିନତି କରୁଛୁଳ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ,


ତେଣୁ ଯେ କେହି ଆମର ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ, ସେ କେବଳ ମନୁଷ୍ୟକୁ ଉପେକ୍ଷା କରେ ନାହିଁ - ପବିତ୍ରଆତ୍ମାଦାନକାରୀ ଈଶ୍ୱରଙ୍କୁ ଅବମାନନା କରେ।


ମୁଁ ପ୍ରଥମ ଥର କାହିଁକି ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି, ତାହା ସ୍ମରଣ କର। ସେତେବେଳେ ମୁଁ ଅସୁସ୍ଥ ଥିବା ଯୋଗୁଁ ଏହା କରିଥିଲି।


ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।


ଜଗତ ଦୃଷ୍ଟିରେ ଯାହା ସବୁ ଗୁରୁତ୍ୱପୂର୍ଣ୍ଣ, ସେଗୁଡ଼ିକୁ ବିଲୋପ କରିବା ପାଇଁ; ଜଗତର ହେୟ, ଉପେକ୍ଷିତ ଓ ନଗଣ୍ୟମାନଙ୍କୁ ସେ ପସନ୍ଦ କରିଛନ୍ତି।


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ’ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିର ଯେ ଆତିଥ୍ୟ କରେ, ସେ ମୋର ଆତିଥ୍ୟ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”


ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେ କେହି ତୁମ କଥା ଶୁଣେ, ସେ ମୋ’ କଥା ଶୁଣେ; ଯେ କେହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ; ଏବଂ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।”


ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ପାଇଁ ଯାହା ସବୁ କରିଛ - ତାହା ମୋ’ ପାଇଁ କରିଛ।’


ଏବଂ କେହି ମୋ’ ନାମରେ ଏହିପରି ଗୋଟିଏ ଶିଶୁକୁ ଗ୍ରହଣ କରେ, ସେ ମୋତେ ମଧ୍ୟ ଗ୍ରହଣ କରେ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ତୁମ୍ଭେମାନେ କେତେ ଆନନ୍ଦିତ ହୋଇ ନ ଥିଲ! କିନ୍ତୁ ବର୍ତ୍ତମାନ କ’ଣ ହୋଇଛି? ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଏ କଥା ଦୃଢ଼ଭାବେ କହିପାରେ ଯେ, ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ।


Swiv nou:

Piblisite


Piblisite