Biblia Todo Logo
Bib sou entènèt

- Piblisite -




ଗାଲାତୀୟ 4:12 - ପବିତ୍ର ବାଇବଲ (CL) NT (BSI)

12 ଭାଇମାନେ, ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ପରି ହୁଅ। ମୁଁ ତୁମ୍ଭମାନଙ୍କ ପରି ହୋଇଛି ଓ ତୁମ୍ଭେମାନେ ମୋ’ ପ୍ରତି କୌଣସି ମନ୍ଦ ବ୍ୟବହାର କରି ନାହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।

Gade chapit la Kopi

ଓଡିଆ ବାଇବେଲ

12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋ' ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋ' ପ୍ରତି କୌଣସି ଅନ୍ୟାୟ କରି ନାହଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।

Gade chapit la Kopi

ପବିତ୍ର ବାଇବଲ

12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ।

Gade chapit la Kopi




ଗାଲାତୀୟ 4:12
13 Referans Kwoze  

ଯଦି କେହି କାହାକୁ ଦୁଃଖ ଦେଇଥାଏ, ସେ କେବଳ ମୋ’ ମନରେ ଦୁଃଖ ଦେଇ ନାହିଁ, ଅଳ୍ପ ବହୁତ ତୁମ୍ଭମାନଙ୍କୁ ମଧ୍ୟ ଦୁଃଖ ଦେଇଛି। ଏ ବିଷୟରେ ମୁଁ ଅଧିକ କଟୁ ମନ୍ତବ୍ୟ ଦେବା ପାଇଁ ଇଚ୍ଛା କରୁ ନାହିଁ।


କିନ୍ତୁ ମୁଁ କେବଳ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ଗର୍ବ କରୁଛି; କାରଣ ତାଙ୍କର କ୍ରୁଶ ଯୋଗୁଁ ଜଗତ ମୋ’ ନିମନ୍ତେ ମୃତ ଏବଂ ମୁଁ ଜଗତ ନିମନ୍ତେ ମୃତ।


ମୁଁ ଯେତେବେଳେ ଦେଖିଲି ଯେ, ସୁସମାଚାରର ସତ୍ୟ ଅନୁଯାୟୀ ସେମାନେ ସରଳ ଆଚରଣ କରୁ ନାହାନ୍ତି, ମୁଁ ସେମାନଙ୍କ ସମ୍ମୁଖରେ ପିତରଙ୍କୁ କହିଥିଲି, “ଯଦି ତୁମେ ଇହୁଦୀ ହୋଇ ଅଣଇହୁଦୀମାନଙ୍କ ପରି ଜୀବନ ଯାପନ କରୁଛ, ତେବେ ଇହୁଦୀମାନଙ୍କ ପରି ଜୀବନ ଯାପନ କରିବାକୁ ତୁମେ ଅଣଇହୁଦୀମାନଙ୍କୁ କିପରି ବାଧ୍ୟ କରିପାରିବ?”


ତୁମ୍ଭମାନଙ୍କ ମୋର ସନ୍ତାନ ମନେକରି ,ସବୁ କହୁଅଛି। ଆମ ଉଦାରତାର ପଅତିବାଦ ସ୍ୱରୂପ ତୁମମାନଙ୍କ ହୃଦୟ ଉନ୍ମୁକ୍ତ ହେଉ।


ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।


ହେ ଭାଇମାନେ! ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ। ଆମେନ୍!


କରିନ୍ଥର ପ୍ରିୟ ବନ୍ଧୁଗଣ, ଆମେ ନିଷ୍କପଟଭାବେ ତୁମ୍ଭମାନଙ୍କୁ ସବୁ କହିଅଛୁ। ତୁମ୍ଭମାନଙ୍କ ନିକଟରେ ଆମର ହୃଦୟ ଖୋଲି ଦେଇଛି।


ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?


ମୁଁ ପ୍ରଥମ ଥର କାହିଁକି ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି, ତାହା ସ୍ମରଣ କର। ସେତେବେଳେ ମୁଁ ଅସୁସ୍ଥ ଥିବା ଯୋଗୁଁ ଏହା କରିଥିଲି।


Swiv nou:

Piblisite


Piblisite