Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:9 - ପବିତ୍ର ବାଇବଲ (CL) NT (BSI)

9 ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଣୁ ଯେଉଁମାନେ ବିଶ୍ଵାସୀ, ସେମାନେ ବିଶ୍ଵାସୀ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ବାସର ପୁରୁଷ ଅବ୍ରାହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ୱାସର ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ

9 ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

Gade chapit la Kopi




ଗାଲାତୀୟ 3:9
8 Referans Kwoze  

ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।


ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକରୂପେ ଗୃହୀତ ହେବୁ। ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି।


ଇସାହାକଙ୍କ ପରି ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ସନ୍ତାନ।


ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।


ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।


Swiv nou:

Piblisite


Piblisite