Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:8 - ପବିତ୍ର ବାଇବଲ (CL) NT (BSI)

8 ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ ଈଶ୍ଵର ବିଜାତିମାନଙ୍କୁ ବିଶ୍ଵାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା,‘‘ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ”।

Gade chapit la Kopi

ଓଡିଆ ବାଇବେଲ

8 ଆଉ ଈଶ୍ୱର ଅଣଯିହୂଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା, "ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ''।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ଈଶ୍ବର ଅଣଯିହୁଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲେ, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।”

Gade chapit la Kopi

ପବିତ୍ର ବାଇବଲ

8 ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।”

Gade chapit la Kopi




ଗାଲାତୀୟ 3:8
25 Referans Kwoze  

କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।


କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।


ଶାସ୍ତ୍ରରେ ଲେଖାଅଛି, ‘ଯେ ମୋ’ଠାରେ ବିଶ୍ୱାସ କରେ, ତା’ର ହୃଦୟରୁ ଜୀବନଦାୟୀ ଜଳସ୍ରୋତ ଉଚ୍ଛୁଳି ବହିଯିବ’।”


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।


ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”


ମାତ୍ର ଏ ସମ୍ପର୍କରେ ଶାସ୍ତ୍ର କ’ଣ କହେ? ସେଥିରେ ଲେଖାଅଛି, “କ୍ରୀତଦାସୀ ଓ ତାହାର ପୁତ୍ରକୁ ବହିଷ୍କାର କର, କାରଣ ବିବାହିତା ସ୍ତ୍ରୀର ପୁତ୍ର ସହିତ କ୍ରୀତଦାସୀର ପୁତ୍ର ପୈତୃକ ସମ୍ପତ୍ତିରେ ଅଂଶୀଦାର ହୋଇପାରିବ ନାହିଁ।”


ମୁଁ ତୁମର ଶତ୍ରୁମାନଙ୍କୁ ତୁମର ପାଦପୀଠ ନ କରିବା ପର୍ଯ୍ୟନ୍ତ, ମୋର ଦକ୍ଷିଣ ପାଖରେ ବସିଥାଅ।’


ଶାସ୍ତ୍ରରେ ଲେଖାଅଛି, ମସୀହ ଦାଉଦ ରାଜାଙ୍କ ବଂଶଧର ଏବଂ ସେ ଦାଉଦଙ୍କ ବାସସ୍ଥାନ ବେଥ୍ଲେହିମ୍ ସହରରେ ଜନ୍ମ ଗ୍ରହଣ କରିବେ।”


ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”


Swiv nou:

Piblisite


Piblisite