Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:19 - ପବିତ୍ର ବାଇବଲ (CL) NT (BSI)

19 ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି ତାହା ଦୂତମାନଙ୍କ ଦ୍ଵାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା ? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ

19 ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ।

Gade chapit la Kopi




ଗାଲାତୀୟ 3:19
31 Referans Kwoze  

ବର୍ତ୍ତମାନ ତୁମ୍ଭେମାନେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ହତ୍ୟା କରିଛ। ତୁମ୍ଭେମାନେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ପ୍ରଦତ୍ତ ଈଶ୍ୱରଙ୍କ ବିଧିବିଧାନ ସବୁ ପାଇଛ - ତଥାପି ତାହା ପାଳନ କରି ନାହଁ।”


ଆମ ପୂର୍ବପୁରୁଷମାନଙ୍କୁ ସ୍ୱର୍ଗଦୂତମାନେ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି, ଯେଉଁମାନେ ତାହାକୁ ଅବଜ୍ଞା କରି ପାଳନ କରି ନାହାଁନ୍ତି, ସେମାନେ ସୁମୁଚିତ ଦଣ୍ଡ ପାଇଛନ୍ତି।


ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।


ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।


କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।


ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।


ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।


ଈଶ୍ୱର ମୋଶାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି।


ଈଶ୍ୱର ଯେଉଁ ନୂତନ ଜଗତ ସୃଷ୍ଟି କରିବେ ଓ ଯେଉଁ ଜଗତର କଥା ଆମ୍ଭେମାନେ କହୁଛୁ, ତାହାର ଅଧିପତି ଭାବରେ ସେ ସ୍ୱର୍ଗଦୂତମାନଙ୍କୁ ନିଯୁକ୍ତ କରି ନାହାଁନ୍ତି।


କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”


Swiv nou:

Piblisite


Piblisite