Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:16 - ପବିତ୍ର ବାଇବଲ (CL) NT (BSI)

16 ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।

Gade chapit la Kopi

ଓଡିଆ ବାଇବେଲ

16 ଅବ୍ରାହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା । ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।

Gade chapit la Kopi

ପବିତ୍ର ବାଇବଲ

16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।

Gade chapit la Kopi




ଗାଲାତୀୟ 3:16
28 Referans Kwoze  

ଅବ୍ରାହାମ ବ୍ୟବସ୍ଥା ପାଳନ କରିଥିବା ହେତୁ ନୁହେଁ। କେବଳ ତାଙ୍କ ବିଶ୍ୱାସ ଲାଗି ଈଶ୍ୱରଙ୍କ ଦ୍ୱାରା ଧାର୍ମିକରୂପେ ଗୃହୀତ ହୋଇଥିଲେ ଓ ସେଥିପାଇଁ ସେ ଓ ତାଙ୍କ ବଂଶଧରମାନେ ପୃଥିବୀର ଅଧିକାରୀ ହେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।


ସେ ଚିରକାଳ ପାଇଁ ଅବ୍ରାହାମ ଓ ତାଙ୍କର ସମସ୍ତ ବଂଶଧରମାନଙ୍କୁ କୃପା ପ୍ରଦର୍ଶନ କରିବାକୁ ଭୁଲି ନାହାନ୍ତି!”


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।


ଭବିଷ୍ୟତ୍ବକ୍ତାମାନଙ୍କ ମୁଖରେ ଈଶ୍ୱର ଯେଉଁସବୁ ପ୍ରତିଜ୍ଞା କରିଛନ୍ତି, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ପୁଣି ଈଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି ସ୍ଥାପନ କରିଛନ୍ତି, ତୁମ୍ଭେମାନେ ସେଥିର ଅଂଶୀଦାର। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମର ବଂଶଧରମାନଙ୍କ ଦ୍ୱାରା ମୁଁ ପୃଥିବୀର ସମସ୍ତ ଜାତିକୁ ଆଶୀର୍ବାଦ କରିବି।”


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।


ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।


ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


ଶାସ୍ତ୍ରର ଏହି ଅଂଶରେ ଏକ ନିଗୂଢ଼ ସତ୍ୟ ପ୍ରକାଶିତ ହୋଇଛି: ଏହା ଖ୍ରୀଷ୍ଟ ଓ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ ବୋଲି ମୁଁ ବୁଝିଛି।


ଅବ୍ରାହାମ୍ ଓ ଦାଉଦଙ୍କ ବଂଶଧର ଯୀଶୁଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ବଂଶାବଳୀ -


ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,


ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।


ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।


Swiv nou:

Piblisite


Piblisite