Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:13 - ପବିତ୍ର ବାଇବଲ (CL) NT (BSI)

13 ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଅବ୍ରହାମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ଵାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,

Gade chapit la Kopi

ଓଡିଆ ବାଇବେଲ

13 ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅବ୍ରହାମଙ୍କର ଆଶୀର୍ବାଦ ଯେପରି ଅଣଯିହୁଦୀମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,

Gade chapit la Kopi

ପବିତ୍ର ବାଇବଲ

13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।”

Gade chapit la Kopi




ଗାଲାତୀୟ 3:13
43 Referans Kwoze  

ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ଖ୍ରୀଷ୍ଟ ସେହି ତମ୍ୱୁ ମଧ୍ୟ ଦେଇ ଉକ୍ତ ମହାପବିତ୍ର ସ୍ଥାନରେ ଏକାଥରକ ପାଇଁ ପ୍ରବେଶ କରିବା ବେଳେ ସେଠାରେ ବଳି ଉତ୍ସର୍ଗ ନିମନ୍ତେ ଅନନ୍ତକାଳୀନ ମୁକ୍ତି ସାଧନ କଲେ।


ଏହି କାରଣରୁ ଖ୍ରୀଷ୍ଟ ହିଁ ନୂତନ ନିୟମ ସ୍ଥାପନ କରିଛନ୍ତି, ଯେପରି କି ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଅହୁତ, ସେମାନେ ଈଶ୍ୱର ପ୍ରତିଜ୍ଞା କରିଥିାବ ଅନନ୍ତ ଆଶୀର୍ବାଦ ଲାଭ କରିବେ। ପ୍ରଥମ ନିୟମ ବଳବତ୍ତର ଥିବା ସମୟରେ, ଲୋକମାନେ ଯେଉଁସବୁ ପାପ ଦୋଷ କରିଥିଲେ, କେବଳ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ସେମାନେ ସେଥିରୁ ମୁକ୍ତି ମୃତ୍ୟୁ ଲାଭ କରିବେ।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।


କିନ୍ତୁ ଆବଶ୍ୟକୀୟ ମୂଲ୍ୟ ଦେଇ ସେହି ବ୍ୟବସ୍ଥାର ବନ୍ଧନରୁ ଅନ୍ୟମାନଙ୍କୁ ମୁକ୍ତ କରାଇବା ଓ ସେମାନଙ୍କୁ ଈଶ୍ୱରଙ୍କ ପୁତ୍ର ହେବାର ସୁଯୋଗ ଦେବା ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ତାହାହେଲେ, ତାଙ୍କୁ ଜଗତର ସୃଷ୍ଟି ସମୟରୁ ବହୁବାର ଦୁଃଖଭୋଗ କରିବାକୁ ପଡ଼ି ଥାଆନ୍ତି। ବରଞ୍ଚ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା କାଳ କାଳକୁ ପାପର ଶକ୍ତି ଲୋପ କରିବା ପାଇଁ ଆସିଥିଲେ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟକବିଦ୍ଧ କରି ମାରି ଦେବା ପରେ, ଆମ ପୂର୍ବପୁରୁଷମାନଙ୍କର ଈଶ୍ୱର, ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


ସେହି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତରୂପେ ମୃତ୍ୟୁଭୋଗ କରିଥିଲେ ଏବଂ ଈଶ୍ୱରଙ୍କ ନିକଟରେ ଆମ୍ଭମାନଢ଼ଙ୍କୁ ଧାର୍ମିକ କରାଇବା ପାଇଁ ପୁନରୁତ୍ଥିତ ହୋଇଥିଲେ।


ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।


ମୋ’ ସ୍ୱଜାତି ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ମୁଁ ଇଚ୍ଛୁକ, କାରଣ ସେମାନେ ଈଶ୍ୱରଙ୍କ ଲୋକ।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ଯିହୁଦା ମୁଦ୍ରାଗୁଡ଼ିକୁ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା ଏବଂ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା।


Swiv nou:

Piblisite


Piblisite