Biblia Todo Logo
Bib sou entènèt

- Piblisite -




ଗାଲାତୀୟ 3:12 - ପବିତ୍ର ବାଇବଲ (CL) NT (BSI)

12 ମାତ୍ର ବ୍ୟବସ୍ଥା ସହିତ ବିଶ୍ୱାସର କୌଣସି ସମ୍ପର୍କ ନାହିଁ। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି, “ଯେଉଁ ବ୍ୟକ୍ତି ବ୍ୟବସ୍ଥାର ଦାବୀସଙ୍ଗତ କାର୍ଯ୍ୟ କରେ, ସେ ବଞ୍ଚିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆଉ ବିଶ୍ଵାସ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।

Gade chapit la Kopi

ଓଡିଆ ବାଇବେଲ

12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହି ସବୁ ପାଳନ କରେ, ସେ ସେଥିରେ ବଞ୍ଚିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।

Gade chapit la Kopi

ପବିତ୍ର ବାଇବଲ

12 କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।”

Gade chapit la Kopi




ଗାଲାତୀୟ 3:12
13 Referans Kwoze  

ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନେ ଯଦି ଈଶ୍ୱରଙ୍କ ଦାନ ପାଇବେ, ତେବେ ମନୁଷ୍ୟର ବିଶ୍ୱାସ ନିରର୍ଥକ, ଈଶ୍ୱରଙ୍କ ପ୍ରତିଜ୍ଞାର ମଧ୍ୟ କିଛି ମୂଲ୍ୟ ନାହିଁ।


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।


ଯୀଶୁ ଉତ୍ତର ଦେଲେ, “ସତ୍କର୍ମ ବିଷୟରେ ମୋତେ କାହିଁକି ପଚାରୁଛ? ଈଶ୍ୱର ହିଁ ସତ୍। ତାଙ୍କର ଆଜ୍ଞା ସବୁ ପାଳନ କଲେ, ଅନନ୍ତ ଜୀବନ ଲାଭ କରିପାରିବ।”


ଓ ମୁଁ ମୃତ ହେଲି; ଯେଉଁ ବ୍ୟବସ୍ଥଶ ଜୀବନ ଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ମୋ’ ମୃତ୍ୟୁର କାରଣ ହେଲା।


Swiv nou:

Piblisite


Piblisite