Biblia Todo Logo
Bib sou entènèt

- Piblisite -




ଗାଲାତୀୟ 2:16 - ପବିତ୍ର ବାଇବଲ (CL) NT (BSI)

16 ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିଅଛୁ, ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେଉ; କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

16 ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।

Gade chapit la Kopi




ଗାଲାତୀୟ 2:16
41 Referans Kwoze  

ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ଯଦି ତାଙ୍କ ନିଜର କର୍ମ ଦ୍ୱାରା ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଥାଆନ୍ତେ, ଗର୍ବ କରିବା ପାଇଁ ତାଙ୍କର କାରଣ ଥିଲା। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ତା’ ହୋଇ ନ ଥିଲା।


ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।


ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”


କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।


ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


କିନ୍ତୁ ଆବଶ୍ୟକୀୟ ମୂଲ୍ୟ ଦେଇ ସେହି ବ୍ୟବସ୍ଥାର ବନ୍ଧନରୁ ଅନ୍ୟମାନଙ୍କୁ ମୁକ୍ତ କରାଇବା ଓ ସେମାନଙ୍କୁ ଈଶ୍ୱରଙ୍କ ପୁତ୍ର ହେବାର ସୁଯୋଗ ଦେବା ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା।


ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।


ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।


ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକରୂପେ ଗୃହୀତ ହେବୁ। ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି।


କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”


Swiv nou:

Piblisite


Piblisite