Biblia Todo Logo
Bib sou entènèt

- Piblisite -




ଗାଲାତୀୟ 2:15 - ପବିତ୍ର ବାଇବଲ (CL) NT (BSI)

15 ବାସ୍ତବିକ୍ ଆମେ ଜନ୍ମରୁ ଇହୁଦୀ; ତଥାକଥିତ “ପାପୀ ଅଣଇହୁଦୀ” ନୋହୁଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆମ୍ଭେମାନେ ଜନ୍ମରେ ଯିହୁଦୀ, ବିଜାତୀୟ ପାପୀ ନୋହୁ,

Gade chapit la Kopi

ଓଡିଆ ବାଇବେଲ

15 ଆମ୍ଭେମାନେ ଜନ୍ମରେ ଯିହୂଦୀ, ଅଣଯିହୂଦୀ ପାପୀ ନୋହୁଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,

Gade chapit la Kopi

ପବିତ୍ର ବାଇବଲ

15 ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ।

Gade chapit la Kopi




ଗାଲାତୀୟ 2:15
14 Referans Kwoze  

ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।


ଅବଶ୍ୟ ସେ ସବୁ ଉପରେ ଆସ୍ଥା ରଖିବା ମୋ’ ପକ୍ଷରେ ଯଥାର୍ଥ ହୁଅନ୍ତା। ଯଦି କେହି ବାହ୍ୟିକ ରୀତିନୀତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇପାରେ, ସେପରି କରିବା ପାଇଁ ମୋର ଯଥେଷ୍ଟ କାରଣ ଅଛି।


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”


କେତେଜଣ ଫାରୁଶୀ ଏହେ ସେଖି ଯୀଶୁଙ୍କ ଶିଷ୍ୟମାନଙ୍କ ପଚାରିଲେ, “ତୁମ ଗୁରୁ ଏଭଳି ଲୋକମାନଙ୍କ ସହିତ କାହିଁକି ଏକାଠି ବସି ଖାଉଛନ୍ତି?”


‘ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବେ। ତାଙ୍କୁ କ୍ରୁଶବିଦ୍ଧ କରାଯିବ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ôଥତ ହେବେ’।”


କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବା ପାଇଁ ଚେଷ୍ଟା କଲାବେଳେ, ଯଦି ଆମେ ମଧ୍ୟ ଅଣଇହୁଦୀଙ୍କ ପରି “ପାପୀ” ହୋଇ ରହିଛୁ, ଏଥିପାଇଁ କଅଣ ଖ୍ରୀଷ୍ଟ ଦାୟୀ? ନା, ଏହା କଦାପି ନୁହେଁ।


Swiv nou:

Piblisite


Piblisite