Biblia Todo Logo
Bib sou entènèt

- Piblisite -




ଗାଲାତୀୟ 2:13 - ପବିତ୍ର ବାଇବଲ (CL) NT (BSI)

13 ଅନ୍ୟ ଇହୁଦୀ ଭାଇମାନେ ପିତରଙ୍କ ସଙ୍ଗେ ଯୋଗ ଦେଇ କାପୁରୁଷ ପରି ଆଚରଣ କରିଥିଲେ, ଏପରି କି ବର୍ଣ୍ଣବା ମଧ୍ୟ ସେମାନଙ୍କ କପଟତାରେ ପଡ଼ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ଵାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।

Gade chapit la Kopi

ଓଡିଆ ବାଇବେଲ

13 ଆଉ, ଅବଶିଷ୍ଟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।

Gade chapit la Kopi

ପବିତ୍ର ବାଇବଲ

13 ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣ‌ବ୍‌‌‌‌ବା ମଧ୍ୟ ପ୍ରଭାବିତ ହୋଇଗଲେ।

Gade chapit la Kopi




ଗାଲାତୀୟ 2:13
17 Referans Kwoze  

ତୁମ୍ଭେମାନେ ପ୍ରତାରିତ ହୁଅ ନାହିଁ - “କୁସଂସର୍ଗରେ ସତ୍ଚରିତ୍ର ନଷ୍ଟ ହୁଏ।”


ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।


ତୁମ୍ଭେମାନେ ଆସ୍ପର୍ଦ୍ଧା କରିବା ଅନୁଚିତ। ତୁମେ କ’ଣ ଜାଣ ନାହଁ, ‘ଟିକିଏ ଖମୀର ସମୁଦାୟ ମଇଦାକୁ ଖମୀରମୟ କରିଦିଏ’?


ସାଇପ୍ରସ୍ରେ ଜନ୍ମଗ୍ରହଣ କରିଥିବା ଲେବୀବଂଶର ଯୋସେଫ, ଯାହାକୁ ପ୍ରେରିତ ଶିଷ୍ୟମାନେ ବର୍ଣ୍ଣବା ବୋଲି ନାମ ଦେଇଥିଲେ (ବର୍ଣ୍ଣବାର ଅର୍ଥ ସାନ୍ତ୍ୱନାର ପୁତ୍ର),


ଚଉଦ ବର୍ଷ ପରେ ବର୍ଣ୍ଣବାଙ୍କ ସହିତ ମୁଁ ଯିରୂଶାଲମକୁ ଫେରିଲି; ମୋ’ ସଙ୍ଗରେ ତିତସଙ୍କୁ ମଧ୍ୟ ନେଇ ଯାଇଥିଲି।


ତୁମ୍ଭେମାନେ ଜାଣ ଯେ, ଅଣବିଶ୍ୱାସୀ ଥିଲାବେଳେ, ନିର୍ଜୀବ ପ୍ରତିମାମାନଙ୍କୁ ପୂଜା କରି ତୁମ୍ଭେମାନେ ବିପଥଗାମୀ ହୋଇଥିଲ।


“ବାହାରକୁ ଏଗୁଡ଼ିକ ସୁନ୍ଦର ଦିଶେ, କିନ୍ତୁ ଭିତର ଅସ୍ଥି କଙ୍କାଳ ଓ ପଚା ଶବରେ ପୂର୍ଣ୍ଣ। ସେହିପରି ତୁମେ ବାହାରକୁ ସମସ୍ତଙ୍କ ଆଗରେ ଭଲ ଦେଖାଯାଅ, କିନ୍ତୁ ତୁମ ଭିତରଟା କପଟ ଓ ପାପରେ ପରିପୂର୍ଣ୍ଣ।


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


Swiv nou:

Piblisite


Piblisite