Biblia Todo Logo
Bib sou entènèt

- Piblisite -




ଗାଲାତୀୟ 2:12 - ପବିତ୍ର ବାଇବଲ (CL) NT (BSI)

12 ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ବିଜାତୀୟ ବିଶ୍ଵାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ଵାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୂଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ।

Gade chapit la Kopi

ପବିତ୍ର ବାଇବଲ

12 ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ।

Gade chapit la Kopi




ଗାଲାତୀୟ 2:12
16 Referans Kwoze  

“ତୁମ୍ଭେମାନେ ଭଲ ରୂପେ ଜାଣ, ଜଣେ ଇହୁଦୀ ତା’ର ଧର୍ମବିଶ୍ୱାସ ଅନୁଯାୟୀ ଅଣଇହୁଦୀ ଲୋକମାନଙ୍କ ସହିତ ମିଳାମିଶା କରିପାରେ ନାହିଁ। କିନ୍ତୁ ଈଶ୍ୱର ମୋତେ ଜଣାଇଛନ୍ତି, କାହାରିକୁ ଅଶୁଚି ବା ଅପବିତ୍ର ମନେ କରିବା ଉଚିତ ନୁହେଁ।


ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”


ସେହି ନିଗୂଢ଼ ତତ୍ତ୍ୱ ହେଉଛି, ସୁସମାଚାର ଯୋଗୁଁ ଇହୁଦୀମାନଙ୍କ ସହିତ ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ ହୋଇଛନ୍ତି। ସେମାନେ ସେହି ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଈଶ୍ୱର ଦେଇଥିବା ପ୍ରତିଜ୍ଞାର ଅଂଶୀଦାର।


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ସମସ୍ତ ପ୍ରକାର ଅସତ୍ ବିଷୟଠାରୁ ଦୂରେଇ ରୁହ।


ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।


ସେ ହାତରେ ସଙ୍କେତ ଦେଇ ନୀରବ ରହିବାକୁ କହିଲେ ଓ ପ୍ରଭୁ ତାଙ୍କୁ କିପରି କାରାଗାରରୁ ବାହାର କରି ଆଣିଲେ, ସେ ବିଷୟ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଏସବୁ କଥା ଯାକୁବ ଓ ଅନ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇ ସେ ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ।


ମୁଁ ଯେତେବେଳେ ଦେଖିଲି ଯେ, ସୁସମାଚାରର ସତ୍ୟ ଅନୁଯାୟୀ ସେମାନେ ସରଳ ଆଚରଣ କରୁ ନାହାନ୍ତି, ମୁଁ ସେମାନଙ୍କ ସମ୍ମୁଖରେ ପିତରଙ୍କୁ କହିଥିଲି, “ଯଦି ତୁମେ ଇହୁଦୀ ହୋଇ ଅଣଇହୁଦୀମାନଙ୍କ ପରି ଜୀବନ ଯାପନ କରୁଛ, ତେବେ ଇହୁଦୀମାନଙ୍କ ପରି ଜୀବନ ଯାପନ କରିବାକୁ ତୁମେ ଅଣଇହୁଦୀମାନଙ୍କୁ କିପରି ବାଧ୍ୟ କରିପାରିବ?”


କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।


Swiv nou:

Piblisite


Piblisite